www.samajalive.in
Saturday, December 6, 2025
26.1 C
Bhubaneswar

‘ସାଥୀ ଶ୍ରଦ୍ଧାଳୁଙ୍କୁ ଖୋଜୁଥିଲି… ପଛପଟୁ ପିଠିରେ ବାଜିଲା ଗୁଳି’; ଆତଙ୍କବାଦୀ ଆକ୍ରମଣର ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ପୀଡ଼ିତ

ସମାଜ ଡିଜିଟାଲ ଡେସ୍କ: ‘ଶିବଖୋଡିରେ ମହାଦେବଙ୍କୁ ଦର୍ଶନ କରି ବସରେ ଫେରୁଥିଲୁ। ଏହି ସମୟରେ ହଠାତ୍‌‌ ବସ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କଲେ। ଡ୍ରାଇଭର ଭୟରେ ନିୟନ୍ତ୍ରଣ ହରାଇବାରୁ ବସଟି ଏକ ଖାଲକୁ ଖସିପଡ଼ିଲା। ଦୁର୍ଘଟଣା ପରେ ବି ଆତଙ୍କବାଦୀମାନେ ଛାଡ଼ି ନ ଥିଲେ। ବସ ଉପରକୁ ଆଖିବୁଜା ଗୁଳିମାଡ଼ କରି ଚାଲିଥିଲେ। ଶ୍ରଦ୍ଧାଳୁମାନଙ୍କ ଚିତ୍କାରରେ ସେହି ସ୍ଥାନ କମ୍ପୁଥିଲା। ଏହାରି ଭିତରେ ମୁଁ ମୋ ୨ ସାଥୀଙ୍କୁ ଖୋଜିବାରେ ଲାଗିଥିଲି। ଏହି ସମୟରେ ହଠାତ୍‌‌ ଏକ ଗୁଳି ଆସି ମୋ ପିଠିରେ ବାଜିଲା। ଆଉ ଗୋଟିଏ ଗୁଳି ବାଜିବା ପୂର୍ବରୁ ଗଛ ଆଢୁଆଳରେ ଲୁଚି ଯାଇଥିଲି। ଗୋଟିଏ ସେକେଣ୍ଡ ଏପଟ ସେପଟ ହୋଇଥିଲେ ମୁଁ ବି ସେହିଠାରେ ମୃତ୍ୟୁକୁ ସାମ୍ନା କରିଥାନ୍ତି। ’ ଆତଙ୍କବାଦୀ ଆକ୍ରମଣ ସମୟରେ ଏପରି ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଜଣେ ଶ୍ରଦ୍ଧାଳୁ ବଣ୍ଟି। ସେ ଗ୍ରେଟରନୋଏଡାର ବାସିନ୍ଦା। ଜାମ୍ମୁ-କାଶ୍ମୀରର ରିୟାସୀରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଏବେ ରିୟାସୀ ଜିଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଗଣମାଧ୍ୟମକୁ ନିଜ ଅନୁଭୂତି ବଖାଣିଛନ୍ତି। ସେ ନିଜ ଦୁଇ ପଡ଼ୋଶୀଙ୍କ ସହିତ ତୀର୍ଥଯାତ୍ରାରେ ଯାଇଥିଲେ।

ଏହି ଆକ୍ରମଣରେ ୧୦ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି। ଘଟଣା ପରେ ଏହାର ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳକୁ ସିଲ୍‌‌ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହିତ ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories