www.samajalive.in
Saturday, December 6, 2025
15.1 C
Bhubaneswar

ଘୋଷଣାକୁ ଅପେକ୍ଷା କରନ୍ତୁ: ସୁରେଶ ପୂଜାରୀ

ଭୁବନେଶ୍ଵର: ଓଡିଶାରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? କେଉଁ ବିଧାୟକଙ୍କ ହାତରେ ବିଜେପି ଦେବ ରାଜ୍ୟ ଶାସନ ଭାର। ଏହି ଚର୍ଚ୍ଚା ଜୋର୍ ଧରିଥିବାବେଳେ ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ କହିଚନ୍ତି ଯେ , ଘୋଷଣାକୁ ଅପେକ୍ଷା କରନ୍ତୁ। ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ । ଏ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବରେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ ଓଡିଶା ଆସୁଛନ୍ତି। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସୁରେଶ। ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି ବିଜେପି ସଂସଦୀୟ ବୋର୍ଡ। ଉଭୟ ବିଜେପି ବିଧାୟକ ଦଳ ବୈଠକ​‌ରେ ଯୋଗଦେବେ । ମଙ୍ଗଳବାର ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେ ନେଇ ନାଁ ଚୂଡାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ବୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories