BJD Bijuli 480×75 Mob

ୟୁପି : ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଜିତ୍‌ ନିହତ

BJD Bijuli 480×75 Mob
0

ମେରଠ : ଉତ୍ତର ପ୍ରଦେଶରେ ଏନକାଉଣ୍ଟର ଘଟଣାକ୍ରମ ଜାରି ରହିଛି । ଏ କ୍ରମରେ ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ କୁଖ୍ୟାତ ଅପରାଧୀ ସୁଜିତ୍‌ ପୁଲିସ୍‌ ଗୁଳିରେ ଶନିବାର ପ୍ରାଣ ହରାଇଛି । ପ୍ରକାଶ ଯେ ଦୁଇ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଜିତ ଫେରାର ଥିଲା । ସୁଜିତକୁ ଧରାଇ ଦେବା ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସାକ୍ଷ୍ୟକୁ ମାରିବାକୁ ଆସିଥିବା ବେଳେ ସୁଜିତ୍‌ ଏନକାଉଣ୍ଟରର ଶିକାର ହୋଇଛି । ତେବେ ତାର ସାଥିମାନେ ଖସିଯିବାରେ ସଫଳ ହୋଇଛନ୍ତି । ସୂଚନା ଅନୁସାରେ ପୁଲିସ୍‌ ଉପରକୁ ଗୁଳିମାଡ଼ କରି ସୁଜିତ ଖସିଯିବାକୁ ଉଦ୍ୟମ କରୁଥିଲା । ପୁଲିସ୍‌ କାର୍ଯ୍ୟାନୁଷ୍ଠାନରେ ସୁଜିତ୍‌ ନିହତ ହୋଇଛି । ସଂଘର୍ଷରେ ଜଣେ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି ।

Leave A Reply