www.samajalive.in
Sunday, December 14, 2025
15.1 C
Bhubaneswar

ସ୍ୱର୍ଣ୍ଣ ପଦକ ଜିତି ଏସୀୟ କୁସ୍ତିରେ ଇତିହାସ ରଚିଲେ ନବଜୋତ

ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ : କିର୍ଗିଜସ୍ତାନର ବିସକେକ୍‌ରେ ଖେଳା ଯାଉଥିବା ଏସୀୟ ସିନିୟର କୁସ୍ତି ଚମ୍ପିଆନ୍‌ସିପରେ ଇତିହାସ ସୃଷ୍ଟି କରିଛନ୍ତି ଭାରତର ନବଜୋତ୍‌ କୌର। ପ୍ରଥମ ଭାରତୀୟ ମହିଳା ଭାବେ ନବଜୋତ୍‌ ଏସୀୟ ସିନିୟର କୁସ୍ତି ଚମ୍ପିଆନ୍‌ସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୬୫ କେଜି ଫ୍ରିଷ୍ଟାଇଲ୍‌ ବିଭାଗରେ ନବଜୋତ ଏହି ସ୍ୱର୍ଣ୍ଣପଦକ ଜିତିଛନ୍ତି।

ସୋମବାର ଫାଇନାଲରେ ନବଜୋତ୍‌ ଜାପାନର ମିଆ ଇମାଇଙ୍କୁ ୯-୧ ପଏଣ୍ଟରେ ପରାସ୍ତକରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ଚମ୍ପିଆନ୍‌ସିପ୍‌ରେ ଏହା ଭାରତର ପ୍ରଥମ ପଦକ। ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍‌ସ ବ୍ରୋଞ୍ଜ୍‌ପଦକ ବିଜୟିନୀ ଭାରତର ସାକ୍ଷୀ ମଲ୍ଲିକ୍‌ ବ୍ରୋଞ୍ଜ୍‌ପଦକ ଜିତିଛନ୍ତି। ୬୨ କେଜି ଫି୍ରଷ୍ଟାଇଲ୍‌ ବିଭାଗ ଫାଇନାଲରେ ସାକ୍ଷୀ କାଜାଖସ୍ତାନର କାସିମୋଭାଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୧୦-୭ ପଏଣ୍ଟରେ ପରାସ୍ତକରି ବ୍ରୋଞ୍ଜ ପଦକ ଜିତିଥିଲେ। ସେମିଫାଇନାଲ୍‌ରେ ନବଜୋତ୍‌ ମଙ୍ଗୋଲିଆର ସେଭେଗମେଡ୍‌ ଏନ୍‌ଖାବାୟାରଙ୍କୁ ୨-୧ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ପାଇନାଲ୍‌ରେ ନବଜୋତ୍‌ ମୂଳରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମିଆଇଙ୍କୁ କୌଣସି ସୁଯୋଗ ଦେଇନଥିଲେ। ନବଜୋତ୍‌ ଗୋଟିଏ ପରେ ଗୋଟିଏ ପଏଣ୍ଟ ଅତି ସହଜରେ ହାସଲ କରି ସ୍ୱର୍ଣ୍ଣ ଜିତିବାରେ ସକ୍ଷମ ହୋଇଥିଲେ। ୨୮ ବର୍ଷ ବୟସ୍କ ନବଜୋତ୍‌ ୨୦୧୩ ଏସୀୟ କୁସ୍ତି ଚମ୍ପିଆନ୍‌ସିପ୍‌ରେ ରୌପ୍ୟପଦକ ଜିତିଥିବା ବେଳେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ୍‌ପଦକ ଜିତିଥିଲେ। ୩ୟ ଭାରତୀୟ ଭାବେ ଶନିବାର ପଦକ ଜିତିଛନ୍ତି ବିନେଶ ଫୋଗତ। ୫୦ କେଜି ଫ୍ରିଷ୍ଟାଇଲ ବିଭାଗର ଫାଇନାଲରେ ବିନେଶଙ୍କୁ ଚୀନ୍‌ର ଚୁନ୍‌ ଲେଇ ୩-୨ ପଏଣ୍ଟରେ ବିନେଶଙ୍କୁ ପରାସ୍ତ କରିଛନ୍ତି। ପୁଣି ଭାରତର ସଂଗୀତା ମଧ୍ୟ ବ୍ରୋଞ୍ଜ୍‌ପଦକ ଜିତିଛନ୍ତି। ବ୍ରୋଞ୍ଜ୍‌ପଦକ ମ୍ୟାଚ୍‌ରେ ସଂଗୀତା କୋରିଆର ଜ୍ୟୁନ୍‌ ଉମ୍‌ଙ୍କୁ ପରାସ୍ତ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories