www.samajalive.in
Monday, December 15, 2025
17.1 C
Bhubaneswar

କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକଙ୍କୁ ଅଟକାଇ ପାରିବନି ପୁଲିସ: ୟୁପି ଡିଜିପି

ଲକ୍ଷ୍ନୌ : ବିନା କାରଣରେ କାଗଜପତ୍ର ଯାଞ୍ଚ ପାଇଁ ଗାଡ଼ି ଚାଳକମାନଙ୍କୁ ନ ଅଟକାଇବା ପାଇଁ ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓମ୍‍ ପ୍ରକାଶ ସିଂହ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପୁଲିସକର୍ମୀ କେବଳ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଇସେନ୍ସ ଯାଞ୍ଚ କରନ୍ତୁ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ନାଁରେ ପୁଲିସ ଗାଡ଼ି ଚାଳକମାନଙ୍କ ଉପରେ କରୁଥିବା ଅତ୍ୟାଚାର ତଥା ଦୁର୍ବ୍ୟବହାର ଅଭିଯୋଗକୁ ଦୃଷ୍ଟିରେ ରଖି ଡିଜିପି ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ଅଞ୍ଚଳର ଏଡିଜି, ଆଇଜି ଓ ଡିଆଇଜିମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆ ହୋଇଛି।

ଡିଜିପି କହିଛନ୍ତି, ଯାଞ୍ଚ ନାଁରେ ଗାଡ଼ି ଚାଳକଙ୍କୁ ପୁଲିସର ଦୁର୍ବ୍ୟବହାର ଓ ଅତ୍ୟାଚାର ଆଦି ଅଭିଯୋଗ ହେବା ପରେ ଏହାକୁ ରୋକିବାକୁ ପୂର୍ବରୁ ମଧ୍ୟ ପୁଲିସକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏବେ ମଧ୍ୟ ଏପରି ଅଭିଯୋଗ ଆସୁଛି। ସେ କହିଛନ୍ତି, ଟ୍ରାଫିକ୍‍ ନିୟମକୁ ସୁଚାରୁ ରୂପେ ତୁଲାଇ ଏହାକୁ ଉନ୍ନତମାନର କରିବା ପାଇଁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ। ସେ ପୁଲିସ ଅଧିକାରୀମାନଙ୍କୁ କହିଛନ୍ତି ଯେ, ବ୍ୟକ୍ତିଗତ ରୁଚି ନେଇ ନିଜ ଅଧୀନସ୍ଥ ଅଧିକାରୀ ତଥା କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ନିଶ୍ଚତ ରୂପେ କୁହନ୍ତୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories