www.samajalive.in
Saturday, December 6, 2025
15.1 C
Bhubaneswar

ନୂଆବର୍ଷରେ ଖାଉଟିଙ୍କୁ ଝଟ୍‌କା; ଅଣସବ୍‌ସିଡୀ ରନ୍ଧନ ଗ୍ୟାସ ୧୯ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଖାଉଟିଙ୍କୁ ଝଟ୍‌କା ଲାଗିଛି। ସରକାର ଅଣସବ୍‌ସିଡୀ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୧୯ ଟଙ୍କା ବୃଦ୍ଧି କରିବା ପରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ଛାଟ ବାଜିଛି। ଲଗାତର ୪ର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି।

ବୁଧବାରଠାରୁ ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନର ଅଣସବ୍‌ସିଡୀ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୧୪ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୬୯୫ ଟଙ୍କା ରହିଥିଲା। ସେହିପରି କଲକାତାରେ ନୂଆ ଦର ହିସାବରେ ଅଣସବ୍‌ସିଡୀ ରନ୍ଧନ ଗ୍ୟାସ ମୂଲ୍ୟ ୭୪୭ ଟଙ୍କାରେ ପହଞ୍ଚିଛି। ମୁମ୍ବଇ ଏବଂ ଚେନ୍ନାଇରେ ଯଥାକ୍ରମେ ୬୮୪ ଟଙ୍କା ୫୦ ପଇସା ଓ ୭୩୪ ଟଙ୍କା ରହିଛି। ସେହିପରି ଦରବୃଦ୍ଧି ପରେ ୧୯ କିଲୋଗ୍ରାମ ଅଣସବ୍‌ସିଡୀ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୧୨୪୧ ଟଙ୍କାରେ ପହଞ୍ଚିଥିବାବେଳେ କଲକାତାରେ ୧୩୦୮, ମୁମ୍ବଇରେ ୧୧୯୦ ଏବଂ ଚେନ୍ନାଇରେ ୧୩୬୩ ଟଙ୍କା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories