www.samajalive.in
Saturday, December 6, 2025
15.1 C
Bhubaneswar

ନବବର୍ଷ ସ୍ପେଶାଲ ; ଅଖରୋଟ ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୪୦୦ ଗ୍ରାମ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପିଆଜ – ୩ଟି ( କଟା)
ପେଷା ଟମାଟୋ – ୧କପ
ଅଖରୋଟ – ୧କପ
ନଡ଼ିଆ – ୧କପ
କଞ୍ଚାଲଙ୍କା – ୨ଟି
ଅଦା ରସୁଣ ବଟା – ୪ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମଟନକୁ ଧୋଇ ଦିଅନ୍ତୁ। ଏହାପରେ ଟମାଟୋ, ଅଖରୋଟ, ପିଆଜକୁ , କଞ୍ଚା ଲଙ୍କାକୁ ଭଲ ଭାବେ କାଟି ଦିଅନ୍ତୁୁ। ଏହାପରେ ଗ୍ୟାସରେ କୁକର ଲଗାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ଏହାପରେ ଏଥିରେ ଅଦା ରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ। ଏବେ ଟମାଟୋ ପକାଇ କଷନ୍ତୁ। ଏହାପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା, ଧନିଆ ଗୁଣ୍ଡ, ଅଖରୋଟ ପକାଇ ପୁଣି କଷନ୍ତୁ। ଏବେ ଏଥିରେ ମଟନ ଓ ପାଣି ଦେଇ ୫ ରୁ ୬ଟି ସିଟି ଦିଅନ୍ତୁ। ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ନଡ଼ିଆ କୋରା ପକାଇ ଭାଜନ୍ତୁ। ଭାଜିବା ପରେ ଏହାକୁ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ପ୍ରସ୍ତୁତ ମଟନରେ ପକାଇ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ଅଖରୋଟ ମଟନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories