www.samajalive.in
Saturday, December 6, 2025
16.1 C
Bhubaneswar

ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଋଣ କ୍ଷତି ଭରଣା କରିବେ ବ୍ୟାଙ୍କ: କୋର୍ଟ

ମୁମ୍ବଇ: ୯ ହଜାର କୋଟି ଟଙ୍କାର ଋଣ ଠକେଇ କରିଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ସେହି ଅର୍ଥରେ ବ୍ୟାଙ୍କଗୁଡ଼ିକ ନିଜର ଋଣ କ୍ଷତି ଭରଣା କରିବେ। ଆର୍ଥିକ ଅନିୟମିତତା ପ୍ରତିରୋଧକ ଆଇନ(ପିଏମଏଲଏ)ର ସ୍ବତନ୍ତ୍ର କୋର୍ଟ ବୁଧବାର ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଏସବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକୁ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି କ୍ଷତିଭରଣା  କରାଯିବାରେ କୌଣସି ଆପତ୍ତି ନ ଥିବା କୁହାଯାଇଥିଲା।

ମାମଲାର ଶୁଣାଣି ସମୟରେ ମାଲ୍ୟାଙ୍କ ଓକିଲ କୋର୍ଟଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଜଣାଇ କେବଳ ଋଣ ଅସୁଲି ନ୍ୟାୟାଧିକରଣ ଏଭଳି ନିଷ୍ପତ୍ତି ନେଇପାରିବେ ବୋଲି କହିଥିଲେ। ତେବେ ପିଏମଏଲଏ କୋର୍ଟ ନିଜ ନିଷ୍ପତ୍ତି ଉପରେ ଆସନ୍ତା ଜାନୁୟାରୀ ୧୮ ତାରିଖ ପର୍ଯ୍ୟନ୍ତ ରୋକ୍‌ ଲଗାଇଛନ୍ତି। ଏହି ସମୟ ମଧ୍ୟରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ବିଭିନ୍ନ ବ୍ୟାଙ୍କରୁ ମାଲ୍ୟା ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ନେଇଥିଲେ। ମାତ୍ର ପରେ ତାହାକୁ ପରିଶୋଧ କରି ନ ଥିଲେ। ପରେ ସେ ବ୍ରିଟେନ ଫେରାର ହୋଇଯାଇ ସେଠାରେ ଆତ୍ମଗୋପନ କରିଛନ୍ତି। ବ୍ରିଟେନର ଏକ କୋର୍ଟରେ ମାଲ୍ୟାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲାର ବିଚାର ଚାଲିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories