www.samajalive.in
Monday, December 15, 2025
15.1 C
Bhubaneswar

୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଡାଲି ଯୋଗାଣ ଲାଗି ବ୍ୟାପକ ପଦକ୍ଷେପ : ପାଶ୍ବାନ

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟଶସ୍ୟ ବିତରଣ
-ଏଫସିଆଇ ପକ୍ଷରୁ ରେକର୍ଡ ପରିମାଣର ୨୬୪୧ ରେକ ଭର୍ତ୍ତି ୭୪ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଲୋଡ କରାଯାଇଛି
-ଦେଶରେ ତିନି ମାସ ପାଇଁ ୧୯.୦୫ କୋଟି ପରିବାରକୁ ମାଗଣାରେ ଡାଲି ଯୋଗାଣ ପାଇଁ ନାଫେଡ ପକ୍ଷରୁ ବ୍ୟାପକ ପ୍ରୟାସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ-ଜିକେଏଓ୍ବାଇ) ଅନ୍ତର୍ଗତ ଖାଦ୍ୟଶସ୍ୟ ବିତରଣ ଲାଗି ସମସ୍ତ ରାଜ୍ୟରେ ଯଥେଷ୍ଟ ପରିମାଣରେ ସାମଗ୍ରୀ ମହଜୁଦ କରି ରଖିବାକୁ ସୁନିଶ୍ଚିତ କରିବା ନିମନ୍ତେ ସରକାର ପ୍ରୟାସ କରୁଛନ୍ତି । ଶୁକ୍ରବାର ଏହା କହିଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ବାନ । ସେ କହିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ପକ୍ଷରୁ ମୋଟ ୨୬୪୧ ରେକ ଭର୍ତ୍ତି ଗହମ ଓ ଚାଉଳ ଯୋଗାଣ କରାଯାଇଛି, ଯାହାର ମୋଟ ପରିମାଣ ୭୩.୯୫ ଲକ୍ଷ ମେଟ୍ରିକ ଟନ (୫୫.୩୮ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୧୮.୫୭ ଲକ୍ଷ ମେଟ୍ରିକ ଟନ ଗହମ) ୨୪.୩.୨୦୨୦ରୁ ୮.୫.୨୦୨୦ ମଧ୍ୟରେ ଏହା ହେଉଛି ଏଫସିଆଇର ସର୍ବକାଳୀନ ରେକର୍ଡ ।
ପିଏମ-ଜିକେଏଓ୍ବାଇ ଅଧୀନରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଏପ୍ରିଲ ମାସ ପାଇଁ ୯୦% ଖାଦ୍ୟଶସ୍ୟ ବିତରଣ କରିସାରିଛନ୍ତି । ଏଥରେ ୪୧.୩୫ କୋଟି ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣ ହୋଇଛି । ଓଡ଼ିଶା ସମେତ ଆଉ କେତେକ ରାଜ୍ୟ ଦୁଇ ମାସ ପାଇଁ ପିଏମଜିକେଏଓ୍ବାଇ ଅନ୍ତର୍ଗତ ଦୁଇ ମାସର ଖାଦ୍ୟଶସ୍ୟ ବିତରଣ କରିସାରିଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ୮୦ କୋଟି ଏନଏଫଏସଏ ହିତାଧିକାରୀଙ୍କୁ ସେମାନଙ୍କ ନିୟମିତ କୋଟା ବ୍ୟତୀତ ତିନି ମାସ ପାଇଁ ଅତିରିକ୍ତ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦିଆଯିବ । ଏଥିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଥିବା କେନ୍ଦ୍ରଶାସିତ ପ୍ରଦେଶର ହିତାଧିକାରୀମାନେ ମଧ୍ୟ ଲାଭ ପାଇପାରିବେ।
ଶ୍ରୀ ପାଶ୍ବାନ କହିଥିଲେ ଯେ ଖାଦ୍ୟଶସ୍ୟ ବ୍ୟତୀତ ଭାରତ ସରକାର ୧୯.୫୦ କୋଟି ପରିବାରକୁ ମାସିକ ଏକ କିଗ୍ରା ଲେଖାଏଁ ତିନି ମାସ ପାଇଁ ଡାଲି ଯୋଗାଇ ଦେଉଛନ୍ତି । ଏହି ଯୋଜନାରେ ଦେଶର ୧୬୫ଟି ନାଫେଡ ଗୋଦାମରେ ରହିଥିବା ଷ୍ଟକକୁ ଉପଯୋଗ କରିବା ଲାଗି ସରକାର ଅନୁମତି ଦେଇଛନ୍ତି । ଏବେସୁଦ୍ଧା ୨୧ଟି ରାଜ୍ୟ ଓ ୫ଟି କେନ୍ଦ୍ରଶାସିତ ପ୍ରଦେଶରେ ୫୧,୧୦୫ ଲକ୍ଷ ମେଟ୍ରିକ ଟନ ଡାଲି ବିତରଣ କରାଯାଇସାରିଛି । ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ନିଜ ପସନ୍ଦ ଅନୁଯାୟୀ ହିତାଧିକାରୀଙ୍କୁ ହରଡ଼, ମୁଗ, ଚଣା, ମସୁର ଆଦି ଡାଲି ଯୋଗାଇ ଦିଆଯାଉଛି । ଲକଡାଉନ ସତ୍ତ୍ବେ ଦେଶର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଡାଲି ପହଞ୍ଚିପାରିଛି ।
ଏକ ରାଷ୍ଟ୍ର ଓ ଏକ ରାସନ କାର୍ଡ ଯୋଜନାରେ ୫ଟି ନୂଆ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ସାମିଲ କରାଯାଇଛି। ବର୍ତ୍ତମାନ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଥିବା ୬୦ କୋଟି ଏନଏଫଏସଏ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇସାରିଲାଣି। ଫଳରେ ଏସବୁ ରାଜ୍ୟର ହିତାଧିକାରୀମାନେ ଅନ୍ୟ ରାଜ୍ୟରୁ ମଧ୍ୟ ସେମାନଙ୍କ କୋଟା ବାବଦ ଖାଦ୍ୟଶସ୍ୟ ସଂଗ୍ରହ କରିପାରିବେ ।
ବର୍ଦ୍ଧିତ ଚାହିଦା ପୂରଣ କରିବା ଲାଗି ଦେଶରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଥିବା ଶ୍ରୀ ପାଶ୍ବାନ ଆଶ୍ବାସନା ଦେଇଥିଲେ। ଏହାଛଡ଼ା ଖାଦ୍ୟଶସ୍ୟ କ୍ରୟ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି। ଆଜି ସୁଦ୍ଧା ୨୦୨୦-୨୧ ରବି ବିପଣନ ଋତୁରେ ୨୨୬.୮୫ ଲକ୍ଷ ମେଟ୍ରିଟନ ଗହମ ସଂଗ୍ରହ କରାଯାଇ ସାରିଛି । ଗତବର୍ଷ ଏହି ଅବଧିରେ ଗହମ ସଂଗ୍ରହ ୨୭୭.୮୩ ଲକ୍ଷ ମେଟ୍ରିନ ଟନ ଥିବା କାରଣରୁ ଏଥର ୧୮.୩୫% ହ୍ରାସ ପାଇଛି । କିନ୍ତୁ ଚଳିତ ବର୍ଷ ଚାଉଳ ସଂଗ୍ରହ ପୂର୍ବ ବର୍ଷ ତୁଳନାରେ ୧୦.୨୭% ଅଧିକ ୪୩୯.୦୨ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯାଇଛି ବୋଲି ଶ୍ରୀ ପାଶ୍ବାନ କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories