www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର କାର୍ଯ୍ୟକାରୀ କାଉନସିଲ ବୈଠକ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର କାଉନସିଲ ବୈଠକ ଜିଲ୍ଲା ଡିଜେଏଫର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଯୁଗଳ କିଶୋର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା କ୍ରିକେଟ ଆସୋସିଏସନର ବିଭିନ୍ନ ସାଙ୍ଗଠନିକ ଓ ଆଗାମୀ କ୍ରିକେଟ ଋତୁ ପାଇଁ ବିଶଦ ଆଲୋଚନା ଓ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲା। କରୋନା ମୁକାବିଲା ପାଇଁ ଜିଲ୍ଲା କ୍ରିକେଟ ଆସୋସିଏସନ୍ ଦ୍ୱାରା ୧ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍‍କୁ ପ୍ରଦାନ କରାଯାଇଥିବାରୁ ଉପସ୍ଥିତ ସଦସ୍ୟଗଣ ଏହାକୁ ସମର୍ଥନ କରିବା ସହ ଜିଲ୍ଲା ରେଡକ୍ରସ ଫଣ୍ଡକୁ ମଧ୍ୟ ସହଯୋଗ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଲକ୍‍ଡାଉନ୍ ପରେ ଜିଲ୍ଲାରେ କ୍ରିକେଟର ଉନ୍ନତିପାଇଁ କିଭଳି ଭାବେ କାର୍ଯ୍ୟ କରାଯାଇପାରିବ ଏନେଇ ସଭ୍ୟମାନେ ମତପ୍ରଦାନ କରିିଥିଲେ। ସଂପାଦକ ଲମ୍ବୋଦର ପୁରୋହିତ ବାର୍ଷିକ ରିପୋର୍ଟ ପ୍ରଦାନ କରିଥିବାବେଳେ ସଭ୍ୟମାନେ ଆସୋସିଏସନର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ଗ୍ରହଣ କରିଥିବା ଜଣାପଡିଛି। କାର୍ଯ୍ୟକାରୀ କାଉନସିଲ ବୈଠକରେ ଉପ-ସଭାପତି ନିରଞ୍ଜନ ମେହେରଙ୍କ ସମେତ ସଦସ୍ୟ ପ୍ରଦିପ କୁମାର ଡାଙ୍ଗ, ଦିବ୍ୟରଂଜନ ପଟ୍ଟନାୟକ, ଅଜମତ ଖାଁ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବୈଠକରେ ସାମାଜିକ ଦୂରତ୍ୱ ରକ୍ଷାକରିବାସହ ଉପସ୍ଥିତ ସମସ୍ତ ସଦସ୍ୟ ମାସ୍କ ବ୍ୟବହାର କରି ବୈଠକରେ ଭାଗ ନେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories