www.samajalive.in
Sunday, December 14, 2025
17.1 C
Bhubaneswar

ଗୃହ ମନ୍ତ୍ରାଳୟ-ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ବୈଠକ, ବନ୍ଧୁତ୍ୱପୂର୍ଣ୍ଣ ଥିଲା କହିଲା ମନ୍ତ୍ରାଳୟ

କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ବିରେନ୍ଦ୍ରଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଛନ୍ତି। ପଶ୍ଚିମବଙ୍ଗରେ ଏବେ ଲାଗି ରହିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଉଭୟ ଅଧିକାରୀ ନୂଆଦିଲ୍ଲୀ ଆସି କେନ୍ଦ୍ର ଗୃହ ସଚିବଙ୍କ ସହ ସାକ୍ଷାତ ଆଲୋଚନା କରିବା ଲାଗି ଅକ୍ଷମତା ପ୍ରକାଶ କରିବା ପରେ ଭରଚୁଆଲ ମାଧ୍ୟମରେ ଏହି ବୈଠକ ହୋଇଛି। ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା ​​ଏବଂ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବୈଠକ ବନ୍ଧୁତ୍ୱପୂର୍ଣ୍ଣ ଥିଲା। ଆଜି ଠାରୁ ଦୁଇ ଦିନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଯାଉଥିବାରୁ ଏହି ବୈଠକର ଗୁରୁତ୍ୱ ରହିଥିବା କୁହାଯାଇଛି।

ବୈଠକରେ ପଶ୍ଚିମବଙ୍ଗର ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଅରବିନ୍ଦ କୁମାର ଏବଂ ଗୃହ ମନ୍ତ୍ରାଳୟ ଅତିରିକ୍ତ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗର ଏହି ଦୁଇ ଅଧିକାରୀଙ୍କୁ ରାଜ୍ୟ ଗସ୍ତରେ ଯାଉଥିବା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗସ୍ତ ସମୟରେ କେନ୍ଦ୍ରୀୟ ଏଜେନ୍ସି ସହିତ ରାଜ୍ୟ ସୁରକ୍ଷା ବାହିନୀର ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି। ବୈଠକରେ ମନ୍ତ୍ରାଳୟ ମୁଖ୍ୟ ଶାସନ ସଚିବ ଆଲାପନ୍ ବନ୍ଦୋପାଧ୍ୟାୟ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ବିରେନ୍ଦ୍ରଙ୍କୁ ରାଜ୍ୟରେ ସଂଗଠିତ ରାଜନୈତିକ ହିଂସାକୁ ଦୃଷ୍ଟିରେ ରଖି ଏ ସମ୍ପର୍କରେ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରିଥିବା ଜଣାପଡିଛି।

- Advertisement -

ଏହି ଆଲୋଚନାରେ ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ରାଜ୍ୟ ସରକାର ମନା କରିଦେଇଥିବା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଥିଲା। ସୂଚନାଯୋଗ୍ୟ ଯେ ଡିସେମ୍ବର ୧୦ରେ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଉପରେ କେନ୍ଦ୍ର କଡା ଆଭିମୁଖ୍ୟ ଗ୍ରହଣ କରିଥିଲା ​​ଏବଂ କେନ୍ଦ୍ର ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଥିଲା।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories