www.samajalive.in
Monday, December 15, 2025
17.1 C
Bhubaneswar

କରୋନା ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତି; କରୋନା ମୁକାବିଲାକୁ ଅଧିକ ମଜବୁତ୍‍ କରିବ: ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ
-ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦୀ ସରକାରଙ୍କ ପ୍ରାଥମିକତା

ନୂଆଦିଲ୍ଲୀ : କରୋନା ଜରୁରୀକାଳୀନ ପ୍ରଶମନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ପ୍ୟାକେଜର ଦ୍ୱିତୀୟ କିସ୍ତିରେ ଓଡ଼ିଶା ସମେତ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୮୯୦.୩୨ କୋଟି ଟଙ୍କା ଜାରି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅର୍ଥ ସାମ୍ପ୍ରତିକ ସମୟରେ କରୋନା ମହାମାରୀର ମୁକାବିଲା କାର୍ଯ୍ୟକୁ ଅଧିକ ମଜବୁତ୍‍ କରିବ
ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଏହି ପ୍ୟାକେଜ ଅଧୀନରେ ଚଳିତବର୍ଷ ଏପ୍ରିଲ ମାସରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୩ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କା ଜାରୀ କରାଯାଇଛି। ମେଡିକାଲ ଭିତ୍ତିଭୂମିକୁ ସୁଦୃଢ କରିବା ସହ କରୋନା ଟେଷ୍ଟି ସୁବିଧାରେ ବୃଦ୍ଧି ଏବଂ ଭେଣ୍ଟିଲେଟର, ଆଇସୋଲେସନ ବେଡ୍‍, ଔଷଧ
ଏବଂ ଆବଶ୍ୟକୀୟ ଆନୁଷାଙ୍ଗିକ ବ୍ୟବସ୍ଥା ପାଇଁ ଏହି ଅର୍ଥ ସହାୟକ ହୋଇପାରିଛି।
ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି। ସଠିକ୍‍ ସମୟରେ କେନ୍ଦ୍ର
ସରକାରଙ୍କ ଏହି  ଆର୍ଥିକ ସହାୟତା ଏବଂ ସମସ୍ତଙ୍କ ଉଦ୍ୟମ ବଳରେ ଦେଶରେ ଖୁବ ଶୀଘ୍ର ଫଳପ୍ରଦ
ଖବର ଆସିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories