ବଳାତ୍କାର ପୀଡିତାଙ୍କ ପିତାଙ୍କୁ ମରଣାନ୍ତକ ଆକ୍ରମଣ ପରେ ଚିକିତ୍ସା ବେଳେ କେମିତି ହସୁଥିଲେ ପୁଲିସ ଓ ଡାକ୍ତର: ଦେଖନ୍ତୁ ଭିଡିଓ

0

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ବିଧାୟକ କୁଳଦୀପ ସିଙ୍ଗାର ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । କୁଳଦୀପଙ୍କ ଭାଇ ଓ ତାଙ୍କ ସମ୍ପର୍କୀୟ ଆକ୍ରମଣ କରିବାରୁ ପୀଡିତାଙ୍କର ପିତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ଏସ୍‌ଆଇଟି ଏହାର ତଦନ୍ତ କରୁଛି । ତେବେ ପିତାଙ୍କୁ ବିଜେପି ବିଧାୟକଙ୍କ ଭାଇ ଓ ସମର୍ଥକ କେମିତି ଅମାନୁଷିକ ଭାବେ ମାଡ ମାରିଥିଲେ ଓ ତାପରେ ଚିକିତ୍ସା ବେଳେ ଡାକ୍ତର ଏବଂ ପୁଲିସ କେମିତି ମଜା ଉଡାଇଥିଲେ ତାହାର ଭିଡିଓ ଭାଇରାଲ ହୋଇଛି ।

ପୀଡିତା ଜଣଙ୍କ ତାଙ୍କୁ ଏକ ହୋଟେଲରେ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରାଯାଇଥିଲା । ପୀଡିତା ଜଣକ ତାଙ୍କୁ ଅତି ଅମାନୁଷିକ ଭାବେ ଏକ ହୋଟେଲେ ରଖି ଖାଇବାକୁ ପିଇବାକୁ ଦିଆ ନ ଯାଇ ପାଶବିକ ଅତ୍ୟାଚର କରାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି । ଏହା ପରେ ସେ ନ୍ୟାୟ ଦାବିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ପିତାଙ୍କୁ ବିଧାୟକଙ୍କ ଭାଇ ଓ ତାଙ୍କ ସମର୍ଥକ ମାଡ ମାରିବା ପରେ ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିଲା ।

video courtesy jansatta

Leave A Reply