ସ୍ତ୍ରୀ ନିର୍ଯାତନା ସହି ନ ପାରି ଟ୍ରେନ୍‌‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ସ୍ୱାମୀ

ଖୋର୍ଦ୍ଧା: ସ୍ତ୍ରୀ ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍‌‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି।

ଆଜି ଶିଳ୍ପାଞ୍ଚଳ ଥାନା ପୁଳିସ ଧଉଳି ମୁହଁ ଷ୍ଟେସନ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଯୁବକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗାଁର ବୋଲି ଜଣାପଡ଼ିଛି।

ମୃତ୍ୟୁ ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରିଥିଲେ ଯୁବକ। ସେହି ଭିଡିଓରେ ତାଙ୍କୁ ସ୍ତ୍ରୀ ନିର୍ଯାତନା ଦେଉଥିବା କଥା କହିଥିଲେ। ଏହାପରେ ଧଉଳି ମୁହଁ ଷ୍ଟେସନ ନିକଟରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଭିଡିଓରେ ସ୍ତ୍ରୀର ନିର୍ଯାତନା କଥା କହି ଟ୍ରେନ୍‌‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏ ସଂକ୍ରନ୍ତାରେ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।

Comments are closed.