www.samajalive.in
Sunday, December 14, 2025
17.1 C
Bhubaneswar

ଟିକା ନେଇନଥିବା ଲୋକ ଗୁରୁତର ସଂକ୍ରମିତ ହେବା, ଡାକ୍ତରଖାନାରେ ଭର୍ତ୍ତିହେବା ଆଶଙ୍କା

ଜୋହାନ୍ସବର୍ଗ: କୋଭିଡ-୧୯ର ନୂଆ ପ୍ରକରଣ ଓମିକ୍ରନ ଟିକା ନେଇସାରିଥିବା ସଂକ୍ରମିତ ଲୋକଙ୍କ ଠାରେ ସେଭଳି ଗୁରୁତର ଲକ୍ଷଣ ପ୍ରକାଶ କରୁନାହିଁ । କିନ୍ତୁ ଯେଉଁମାନେ ଟିକା ନେଇନାହାନ୍ତି, ସେମାନଙ୍କ ଅବସ୍ଥା ଗୁରୁତର ହେବା ସହିତ ସେମାନେ ଡାକ୍ତରଖାନାରେ ଭର୍ତ୍ତିହେବା ସମ୍ଭାବନା ଅଧିକ ରହୁଛି ବୋଲି ଓମିକ୍ରନ ପ୍ରକରଣକୁ ପ୍ରଥମେ ଚିହ୍ନଟ କରିଥିବା ଡାକ୍ତର ଆଞ୍ଜେଲିକ କୋଏଜ କହିଛନ୍ତି । ସେ କହିଛନ୍ତି ଯେ ଟିକା ନେଇନଥିବା ଲୋକଙ୍କ ଠାରେ ନୂଆ ପ୍ରକରଣ ଗୁରୁତର ସଂକ୍ରମଣ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ରହୁଛି । କିନ୍ତୁ ଟିକା ନେବାପରେ ଏଥିରେ ସଂକ୍ରମିତ ହୋଇଥିବା ଜଣେ ହେଲେ ଲୋକ ଗୁରୁତର ହୋଇଥିବା ତାଙ୍କ ନଜରକୁ ଆସିନାହିଁ ।

ଦକ୍ଷିଣ ଆଫ୍ରିକା ମେଡିକାଲ ଆସୋସିଏସନର ଅଧ୍ୟକ୍ଷ ଥିବା ଡା.କୋଏଜ କହିଛନ୍ତି ଯେ ଏହି ନୂଆ ପ୍ରକରଣ ପୂର୍ବରୁ ସଂକ୍ରମିତ କରୁଥିବା ଡେଲଟା ପ୍ରକରଣ ତୁଳନାରେ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି । ଓମିକ୍ରନରେ ସଂକ୍ରମିତ ଲୋକଙ୍କ ଠାରେ ହାଲୁକାରୁ ମଧ୍ୟମ ଧରଣର ଲକ୍ଷଣ ପ୍ରକାଶ ପାଉଛି । କିନ୍ତୁ ଏହା ଟିକା ନେଇନଥିବା ଲୋକଙ୍କ କ୍ଷେତ୍ରରେ ବିପଜ୍ଜନକ ହୋଇପାରେ । ଇତିମଧ୍ୟରେ ଭାରତୀୟ ସାର୍ସ-ସିଓଭି-୨ ଜେନୋମିକ୍ସ କନସୋର୍ଟିମ (ଇନ୍‍ସାକଗ) ପକ୍ଷରୁ କୁହାଯାଇଛି ଯେ ଭାରତରେ ଓମିକ୍ରନ ପ୍ରକରଣର ଦ୍ରୁତ ସଂକ୍ରମଣ, ପ୍ରତିଷେଧକ ଶକ୍ତିକୁ ପ୍ରଭାବିତ କରିବା ଅଥବା ରୋଗୀ ଗୁରୁତର ହୋଇପଡିବା ନେଇ ସ୍ପଷ୍ଟ ଭାବରେ କିଛି ପ୍ରମାଣ ମିଳିନାହିଁ । ଏହା କହିଛି ଯେ ସମଗ୍ର ବିଶ୍ୱରେ ଓମିକ୍ରନ ସଂକ୍ରମଣ ମାମଲା ବୃଦ୍ଧିପାଇବାରେ ଲାଗିଛି । ଏହାସତ୍ତ୍ୱେ ସଂପ୍ରତି ଡେଲଟା ପ୍ରକରଣ ଏବଂ ଏହାର ଉପ ପ୍ରକରଣ ବିଶ୍ୱରେ ମୁଖ୍ୟ କୋଭିଡ ପ୍ରକରଣ ହୋଇ ରହିଛି । ଏଭଳି ପରିସ୍ଥିତିରେ ଟିକା ନେଇଥିବା ବ୍ୟକ୍ତି ମଧ୍ୟ କୋଭିଡ ସମ୍ପର୍କିତ ସମସ୍ତ ନିୟାମାବଳୀକୁ କଡାକଡି ଭାବରେ ଅନୁପାଳନ କରିବାର ଆବଶ୍ୟକତା ରହିଥିବା ଏହା ଉଲ୍ଲେଖ କରିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories