ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ କୋଭିଡରୁ ୧୭୪ ଜଣ ସୁସ୍ଥ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୨୫ ଜଣ ରହିଛନ୍ତି। ସଂଗରୋଧରୁ ୮୬ ଓ ସ୍ଥାନୀୟ ସଂକ୍ରମିତ ୬୦ ଜଣ ଥିବା ଜଣାଯାଇଛି। ରାଜ୍ୟର ବାଲେଶ୍ୱରରେ ୪, ବରଗଡ ୧, ଭଦ୍ରକ ୨, କଟକ ୧୪, ଦେବଗଡ ୩, ଢେଙ୍କାନାଳ ୧, ଗଞ୍ଜାମ ୨ ଓ ଯାଜପୁରରେ ୩ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡା ୩, ଖୋର୍ଦ୍ଧା ୭୨, ମୟୁରଭଞ୍ଜ ୧, ନୟାଗଡ ୩, ପୁରୀ ୪, ସମ୍ବଲପୁର ୭, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୪୨୮୭୫ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ରାଜ୍ୟରେ ୧୭୯୨ ଜଣ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି।
Popular Categories



