www.samajalive.in
Tuesday, December 9, 2025
23.1 C
Bhubaneswar

ଜଳବାୟୁ ପରିବର୍ତ୍ତନ ସମସ୍ୟା : କୋଇଲା ଇନ୍ଧନ ବ୍ୟବହାର ବନ୍ଦ କରିବାକୁ ଜାତିସଂଘର ମହାସଚିବଙ୍କ ସତର୍କବାଣୀ

ବ୍ୟାଙ୍କକ୍ :  ବିଶ୍ୱରେ ଏବେ ଯେଉଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦେଖାଦେଇଛି,ତାହାର ମୁକାବିଲା ପାଇଁ ଏସୀୟ ରାଷ୍ଟ୍ରମାନଙ୍କୁ କୋଇଲା ଇନ୍ଧନ ବ୍ୟବହାର ବନ୍ଦ କରିବାକୁ ପଡ଼ିବ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ସତର୍କ କରାଇ ଦେଇଛନ୍ତି। ସେ କହିଛନ୍ତି, ଏସିଆର ଅଧିକାଂଶ ଦେଶ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ଗୁରୁତର ବିପଦର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେଣୁ ସେମାନେ କଳକାରଖାନାରେ ବିପୁଳ ପରିମାଣର ଯେଉଁ କୋଇଲା ଜାତୀୟ ଜୈବ ଇନ୍ଧନ ବ୍ୟବହାର କରୁଛନ୍ତି, ଏହାକୁ ତୁରନ୍ତ ବନ୍ଦ୍‍
କରିବା ଉଚିତ। ନିକଟରେ ପ୍ରକାଶ ପାଇଥିବା ବିଶ୍ୱ ଜଳବାୟୁ ସଂକ୍ରାନ୍ତ ଏକ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି, ଏବେ ଏସିଆପାଇଁ ବଡ଼ ଧରଣର ବନ୍ୟା ଓ ଜଳପ୍ଳାବନର ବିପଦ ରହିଛି। ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ।
ଏହାକୁ ରୋକିବାକୁ ହେଲେ ଏସୀୟ ରାଷ୍ଟ୍ରମାନଙ୍କର ଇନ୍ଧନ ନୀତିରେ ପରିବର୍ତ୍ତନ ନିହାତି ଜରୁରୀ। ଏସବୁ ଦେଶ ମୁଖ୍ୟତଃ କୋଇଲାକୁ ଇନ୍ଧନଭାବରେ ବ୍ୟବହାର କରୁଛନ୍ତି, ଯାହାର କ୍ଷତିକାରକ ଧୂଆଁ ଓ ଅଙ୍ଗାରକାମ୍ଳ ଗ୍ୟାସ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଛି। ବ୍ୟାଙ୍କକ୍‍ଠାରେ ଚାଲିଥିବା ଆସିଆନ୍‍ ଶିଖର ସମ୍ମିଳନୀରେ ଉଦ୍‍ବେଧନ ଦେବା ଅବସରରେ ଶ୍ରୀ ଗୁଟେରସ୍‍ କହିଛନ୍ତି, ୨୦୫୦ ସୁଦ୍ଧା ଯେଉଁ ଉପକୂଳ ପ୍ଲାବନର ଭୟ ସୃଷ୍ଟି ହୋଇଛି ସେଥିରେ ଏସୀୟ ରାଷ୍ଟ୍ରମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ତେଣୁ ସେମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories