ପୁଲିସ କର୍ମଚାରୀଙ୍କୁ ପିଟିଲେ ଗ୍ରାମବାସୀ, ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ
ଉମରକୋଟ: ଆଜି ଗ୍ରାମବାସୀଙ୍କ ଆକ୍ରମଣରେ ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି। ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ଗ୍ରାମବାସୀ ମିଳିତ ଭାବେ ପୁଲିସ ଉପରେ ଆକ୍ରମଣ କରିଛନ୍ତି। ଏପରିକି ଗ୍ରାମବାସୀ ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି।
ଅଭିଯୁକ୍ତକୁ ଉଦ୍ଧାରବେଳେ ପୁଲିସ ଉପରେ ଆକ୍ରମଣ ହୋଇଛି। ଏହି ମାମଲାରେ ପୁଲିସ ପକ୍ଷରୁ ୪ଜଣଙ୍କୁ ଅଟକ ରଖାଯାଇଛି। ଡାବୁଗାଁ ଥାନା ଝରିଗୁଡ଼ା ଗାଁରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ। ସକାଳେ ଗାଁର ବନ୍ଦ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା।
ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ। ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହରେ ମହିଳାଙ୍କ ସ୍ବାମୀକୁ ଅଟକ ରଖିଥିଲେ। ପୁଲିସ ମୃତଦେହ ଜବତ ସହ ଅଭିଯୁକ୍ତ ସ୍ବାମୀକୁ ଉଦ୍ଧାର କରିବାରୁ ସ୍ଥାନୀୟ ଲୋକ ତାତି ଉଠିଥିଲେ। ଘଟଣାସ୍ଥଳକୁ ଯାଇଥିବା ପୁଲିସକୁ ଗୁଡ଼େଇ ଗୁଡ଼େଇ ପିଟିଥିଲେ ସ୍ଥାନୀୟ ଲୋକେ। ଗ୍ରାମବାସୀଙ୍କ ଆକ୍ରମଣରେ ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ଲୋକେ ପୁଲିସ ଉପରେ ଆକ୍ରମଣ କରିଛନ୍ତି । ଝରିଗାଁ ଆଇଆଇସି ଓ ପୁଲିସର ଅନ୍ୟ କିଛି କର୍ମଚାରୀଙ୍କୁ ଲୋକେ ମାଡ ମାରିଥିବା ଅଭିଯୋଗ ହୋଇଛି ।
Comments are closed.