ଅଲ୍ଟ୍ରାଟେକ୍ ସିମେଣ୍ଟ କାରଖାନା ଫାଟକ ସାମ୍ନାରେ ଆଞ୍ଚଳିକ ବିକାଶ ପରିଷଦର ଧାରଣା

କର୍ମଚାରୀଙ୍କୁ ଛଟେଇ ପ୍ରତିବାଦ

ଗୁରୁଡିଝାଟିଆ :  ଶ୍ରମିକ ଓ କର୍ମଚାରୀ ଛଟେଇ ପ୍ରତିବାଦରେ ଆଞ୍ଚଳିକ ବିକାଶ ପରିଷଦ( ରାଧାକିଶୋରପୁର ଓ ଗୁୁରୁଡିଝାଟିଆ ଗ୍ରା.ପ) ପକ୍ଷରୁ ସୋମବାର ଖମାରନୂଆଗାଁସ୍ଥିତ ଅଲ୍ଟ୍ରାଟେକ କାରଖାନାର ଫାଟକ ସାମନାରେ ଧାରଣା ଦିଆଯାଇଛି। କାରଖାନା କର୍ତ୍ତୃପକ୍ଷ ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ପୁନଃନିଯୁକ୍ତି ନକଲେ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଚେତାବନୀ ଦେଇଛନ୍ତି। ଗୁରୁଡିଝାଟିଆ ଓ ରାଧାକିଶୋରପୁର ପଞ୍ଚାୟତର ଜନସାଧାରଣ ବିଶେଷତଃ କୋଳଥପଙ୍ଗି ଓ ଖମାରନୂଆଗାଁର ଅଧିକାଂଶ କୃଷକ ଓ ଜନସାଧାରଣ କାରଖାନା ପାଇଁ ଜମି ଦେବା ସହିତ ପ୍ରଦୂଷଣରେ ସଢୁଛନ୍ତି । କାରଖାନା ସ୍ଥାପନ ସମୟରେ ଆଞ୍ଚଳିକ ବିକାଶ ପ୍ରତି ସର୍ବାଧିକ ଗୁରୁତ୍ୱ, ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ସହିତ ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ,ଗମନା ଗମନ,ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରୁନାହିଁ । ଏପରିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିକାଶ ପରିଷଦର ସଦସ୍ୟମାନେ ଅଞ୍ଚଳର ବିକାଶ ପାଇଁ କାରଖାନାକୁ ସହଯୋଗ କରିଆସୁଥିଲେ ମଧ୍ୟ ଫଳ ଏବେ ଓଲଟା । କାରଖାନା କର୍ତ୍ତୃପକ୍ଷ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଛଟେଇ କରିବା କାରଖାନାର ମିଥ୍ୟା ପ୍ରତିଶୃତି ଧରାପଡିଯାଇଛି ବୋଲି ଆଠଗଡ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏଥିସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ, ଚୌଦ୍ୱାର ଏସଡିପିଓ, ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କୁ ଲିଖିତ ଅବଗତ କରାଇଛନ୍ତି। ଘଟଣା ସଂପର୍କରେ ଖବର ପାଇଁ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଧାରଣାରତ ସଦସ୍ୟମାନଙ୍କ ନିକଟରେ ପହଞ୍ଚି ଆଲୋଚନା କରିବା ସହ ଧାରଣା ପ୍ରତ୍ୟାହାର  କରିବା ପାଇଁ ନିବେଦନ କରିଥିଲେ । ହେଲେ ଆସନ୍ତା କାଲି ହେବାକୁ ଥିବା ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହେବ ବୋଲି ଧାରଣାକାରୀମାନେ କହିବା ସହ ଧାରଣାରେ ବସିରହିଛନ୍ତି ।

prayash
kalyan agarbati

Comments are closed.