www.samajalive.in
Saturday, December 6, 2025
26.1 C
Bhubaneswar

ଏଟିଏମ୍ ମେସିନ ଲୁଟ୍‌ ଉଦ୍ୟମ ବିଫଳ

କାଲିମେଳା: ଏସବିଆଇ ଏଟିଏମ୍ ମେସିନ୍ ଭାଙ୍ଗି ଲୁଟ୍ ଉଦ୍ୟମ ବିଫଳ । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଏଟିଏମ୍ ମେସିନ୍ ଭାଙ୍ଗି ଟଙ୍କା ଲୁଟ୍ କରିବା ଉଦ୍ୟମ ଘଟଣା କାଲିମେଳା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ମେସିନ ଭାଙ୍ଗି ଟଙ୍କା ଲୁଟ କରିବା ଉଦ୍ୟମ ଫେଲ ମାରିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଏହାସହ ଏଟିଏମ୍ ସମ୍ମୁଖ ରାସ୍ତା ଅନ୍ୟ ପାର୍ଶ୍ବ ରେ ଥିବା ଗୋଟିଏ କମ୍ପୁଟର ଓ ଜେରକ୍ସ ଦୋକାନ ରେ ମଧ୍ୟ କବାଟ ତାଲା ଭାଙ୍ଗି ଦୋକାନର କିଛି ସାମଗ୍ରୀ ଚୋରି ହୋଇଥିବା ଜଣା ପଡିଛି ।  ଏଟିଏମ ମେସିନ ରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଥାନା ଠାରୁ ମାତ୍ର ପାଞ୍ଚଶହ ମିଟର ଦୂର ପୁଣି ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏଟିଏମ ମେସିନରୁ ଲୁଟ ଉଦ୍ୟମ ଘଟଣା ଅଞ୍ଚଳର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories