www.samajalive.in
Monday, December 15, 2025
17.1 C
Bhubaneswar

ସାମୂହିକ ଶପଥପାଠ କରାଇଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:୧୫ ତମ ଜାତୀୟ ମତଦାତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇଥିଲେ ।

ମତଦାତା ସଚେତନତା ଓ ଭାରତକୁ ଏକ ସୁଦୃଢ ଗଣତନ୍ତ୍ର ରୂପେ ବଜାୟ ରଖିବା ଦିଗରେ ପ୍ରେରିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମତଦାତା ସଂକଳ୍ପ ପାଠ କରାଇବା ସହ ସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ନିଜର ମତ ରଖି ମତଦାନକୁ ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ଦାୟିତ୍ୱ ରୂପେ ଅଭିହିତ କରିଥିଲେ । ଭାରତ ସର୍ବବୃହତ ଗଣତନ୍ତ୍ର ରୂପେ ସମଗ୍ର ବିଶ୍ୱରେ ଏକ ଉଦାହରଣ ଅଟେ । ଏହି ପ୍ରତିଷ୍ଠାକୁ ଅକ୍ଷୁର୍ଣ୍ଣ ରଖିବା ଦିଗରେ ନାଗରିକ ରୂପେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି । ତେଣୁ ସମସ୍ତ ମତଦାତା ସେହି ଦାୟିତ୍ୱ ପ୍ରତି ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ମତଦାତା ସଚେତନତା ସମ୍ବନ୍ଧୀୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଫଟୋ ପ୍ରଦର୍ଶନୀ ଲୋକାର୍ପିତ ହୋଇଥିଲା ।

- Advertisement -

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଆର୍‌ଏସ୍‌ ଗୋପାଲନ୍‌, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବି ପରମେଶ୍ୱରନ୍‌, ଖୋର୍ଦ୍ଧା ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଚଞ୍ଚଳ କୁମାର ରାଣା ଭାରତୀୟ ଗଣତନ୍ତ୍ର ଓ ସେଥିରେ ମତଦାତାଙ୍କ ଭୂମିକା ବିଷୟରେ ଆଲୋଚନା କରିଥିଲେ । କାର୍ଯକ୍ରମର ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଆଇକନ୍‌ ରୂପେ କାର୍ଯ୍ୟ କରି ମତଦାନ ପାଇଁ ସଚେତନତା ସୃଷ୍ଟି ପାଇଁ ପ୍ରମୋଦ ଭଗତ, କମଳାକାନ୍ତ ନାୟକ, ଜୟନ୍ତୀ ବେହେରା, ସାଧନା ମିଶ୍ର ଓ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା । ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଭିନ୍ନ ଦିଗରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିବାରୁ ଖୋର୍ଦ୍ଧା, କେନ୍ଦୁଝର, ପୁରୀ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବାଲେଶ୍ୱର, ସମ୍ବଲପୁର ଆଦି ଜିଲାମାନଙ୍କୁ ସମ୍ମାନିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories