ପୁରୀ: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ‘ଉତ୍କଳ ପ୍ରାର୍ଥନା’ ଆରମ୍ଭ କରିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର ଆଗରେ ଏହା ଉଦଘାଟିତ ହୋଇଯାଇଛି । ଏହା ଏକ ଆଧ୍ୟାତ୍ମିକ ସଙ୍ଗୀତ, ଯାହା ମନ, ଧ୍ୟାନ, ଏବଂ ଶବ୍ଦ ଚିକିତ୍ସାକୁ ଉତ୍ସର୍ଗ କରିଛି। ଓଡ଼ିଆ ଆଧ୍ୟାତ୍ମିକ ସଙ୍ଗୀତକୁ ସୁରକ୍ଷା ଦେବା ସହିତ ଆଧୁନିକତାର ନୂଆ ଅଭିଯାନରେ ସାମିଲ ହୋଇପାରିବ ‘ଉତ୍କଳ ପ୍ରାର୍ଥନା। ଏହି ଅବସରରେ ‘ଜଗନ୍ନାଥ ସହସ୍ରନାମ’ସ୍ତୋତ୍ରମ ମଧ୍ୟ ଉଦ୍ଘାଟିତ ହୋଇଛି। ଏହା ଜଗନ୍ନାଥଙ୍କ ଉପରେ ଏକ ଭକ୍ତିମୟ ଅର୍ପଣ, ଯାହା ପାରମ୍ପରିକ ଧ୍ୱନିଗୁଡ଼ିକୁ ଆଧୁନିକ ସଙ୍ଗୀତ ସହ ସମୃଦ୍ଧ କରିବାରେ ସହାୟକ ହୋଇଛି। କାର୍ଯ୍ୟକ୍ରମରେ ବର୍ଣ୍ଣାଳୀଙ୍କ ଗୁରୁ ବସନ୍ତ ପାତ୍ର ଉପସ୍ଥିତ ଥିଲେ।
ବର୍ଣ୍ଣାଳୀ ହୋତା କହିଛନ୍ତି ଯେ ‘ଉତ୍କଳ ପ୍ରାର୍ଥନା’ର ଲକ୍ଷ୍ୟ ହେଉଛି ପାରମ୍ପରିକ ମନ୍ତ୍ରଗୁଡ଼ିକୁ ଆଧୁନିକ ଶବ୍ଦ ଚିକିତ୍ସାର ସହ ସମ୍ପ୍ରସାରଣ ଓ ଏହାର ପ୍ରତ୍ୟେକ ସୃଜନ ଶାନ୍ତି, ଭକ୍ତି, ଏବଂ ଆଧ୍ୟାତ୍ମିକତାର ଅନୁଭବ ଦେବ।ଓଡ଼ିଆ ପାରମ୍ପରିକ ଆଧ୍ୟାତ୍ମିକତା ସଙ୍ଗୀତର ସାରକୁ ସଞ୍ଚୟ ଏବଂ ଏହାକୁ ଆଜିର ପିଢ଼ି ପାଇଁ ସମ୍ପ୍ରସାରଣ କରିବ ‘ଉତ୍କଳ ପ୍ରାର୍ଥନା’ । ଏହା ସହିତ ସୃଜନ, ଶାନ୍ତି, ଭକ୍ତି ଏବଂ ଆତ୍ମିକ ଅନୁଭବ ଦେବାକୁ ପ୍ରୟାସ ଜାରି ରହିବ।



