ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ହୋଇଛି । ଯାଞ୍ଚ ପରେ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୬୭୧ ନାମାଙ୍କନ ପତ୍ର ବୈଧ ରହିଛି । ପୌରାଧ୍ୟକ୍ଷ ଓ ମେୟର ପଦ ଲାଗି ୨୨ଟି ମନୋନୟନ ପତ୍ର ନାକଚ ହୋଇଯାଇଛି ।
ସେହିପରି କାଉନସିଲର ଓ କର୍ପୋରେଟର ପଦ ପାଇଁ ୬୩୮୧ ନାମାଙ୍କନ ପତ୍ର ବୈଧ ରହିଛି। ୭୮ଟି ମନୋନୟନ ପତ୍ର ନାକଚ ହୋଇଯାଇଛି।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଏଥର ୧୮୯୯ ଟି ୱାର୍ଡରେ ପୌର ନିର୍ବାଚନ ହେବ । ମେୟର ଓ ପୌରାଧ୍ୟକ୍ଷ ପାଇଁ ୬୯୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ୬୪୫୯ ପ୍ରାର୍ଥୀ କର୍ପୋରେଟର ଓ କାଉନସିଲର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ULB Elections-2022 | 9th March
Total valid Nominations after scrutiny:Chairperson/ Mayor: 671
Councillor/ Corporator: 6381Total Nominations rejected:
Chairperson/ Mayor: 22
Councillor/Corporator: 78— I & PR Department, Odisha (@IPR_Odisha) March 9, 2022
ଆସନ୍ତା ୧୪ ତାରିଖ ଦିନ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ, ଏହାପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାପାଇଁ ଏଥର ଇଭିଏମ ଯନ୍ତ୍ର ସହାୟତାରେ ମତଦାନ କରାଯିବ।
ଆସନ୍ତା ୨୪ ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ମଧ୍ୟରେ ୪୭ଟି ପୌରପାଳିକା ଏବଂ ୫୯ଟି ଏନଏସିରେ ହେବାକୁ ଥିବା ନିର୍ବାଚନରେ ୨୭ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ରହିଥିବାବେଳେ କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ମହାନଗର ନିଗମରେ ପ୍ରାୟ ୧୪ଲକ୍ଷ ୨୬ହଜାରରୁ ଊର୍ଦ୍ଧ୍ବ ଭୋଟର ତାଙ୍କର ମେୟର ପ୍ରାର୍ଥୀ ବାଛିବେ।



