ମୋତେ ଭାରତକୁ ପ୍ରତ୍ୟାର୍ପଣ କଲେ ଆତ୍ମହତ୍ୟା କରିବି : ନୀରବ ମୋଦି

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ବ୍ରିଟେନ ଅଦାଲତରେ ଭାରତକୁ ଧମକ ଦେଇଛି। ତାକୁ ଭାରତକୁ ପ୍ରତ୍ୟାର୍ପଣ କଲେ ସେ ଆତ୍ମହତ୍ୟା କରିବି ବୋଲି କହିଛି।
ଗତ କାଲି ବ୍ରିଟିଶ ଉଚ୍ଚ ଅଦାଲତ ତାର ଜାମିନ ଆବେଦନକୁ ୪ର୍ଥ ଥର ପାଇଁ ଖାରଜ କରିଦେଇଥିଲେ । ସିକ୍ୟୁରିଟି ଜମା ପରିମାଣ ୨ ଗୁଣ ବୃଦ୍ଧି କରି ୪ ନିୟୁତ ଡଲାର କରିବା ଓ ଗୃହବନ୍ଦୀ ରହିବା ପ୍ରସ୍ତାବ ଦେବା ସତ୍ତ୍ୱେ ଅଦାଲତ ଜାମିନ ପ୍ରଦାନ କରିନଥିଲେ । ଏହି ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୪ ତାରିଖରେ ହେବ ।
ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ସମ୍ପର୍କୀୟ ମେହୁଲ୍‍ ଚୋକ୍ସି ପଞ୍ଜାବ ନ୍ୟାଶ୍ନ୍ୟା ଲ୍‍ ବ୍ୟାଙ୍କରୁ ପ୍ରାୟ ୧୩,୪୦୦ କୋଟି ଟଙ୍କା ଠକେଇ କରିଥିଲେ। ଠକେଇ ଘଟଣା ଜଣାପଡ଼ିବା ପରେ ନିରବ ମୋଦି ବ୍ରିଟେନ ଚାଲିଯାଇଥିଲେ। ୨୦୧୯ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନୀରବ ମୋଦିକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଏକ ଜେଲରେ ରହିଛି । ଗତ ମାର୍ଚ୍ଚ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ବ୍ରଟିସ ସରକାର ଗ୍ରହଣ କରିଥିଲେ।

kalyan agarbati

Comments are closed.