www.samajalive.in
Monday, December 15, 2025
14.1 C
Bhubaneswar

ସନାତନ ଧର୍ମକୁ ମୂଳୋତ୍ପାଟନ କରାଯାଉ : ଉଦୟନିଧି

ଚେନ୍ନଇ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେର ଯୁବ ସଂଗଠନ ସମ୍ପାଦକ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜୁନିୟର ଷ୍ଟାଲିନ ଭାବେ ପରିଚିତ ଉଦୟନିଧି କହିଛନ୍ତି ଯେ ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୋଧାଚରଣ କରୁଛି। ସନାତନ ଧର୍ମ ଡେଙ୍ଗୁ, ମେଲେରିଆ ଓ କରୋନା ଭୂତାଣୁ ସଂକ୍ରମଣ ସହିତ ସମାନ। ତେଣୁ ଏପରି ଧର୍ମକୁ ସମାଜରୁ ମୂଳୋତ୍ପାଟନ କରାଯିବା ଦରକାର। ସନାତନ ଧର୍ମକୁ ମୂଳୋତ୍ପାଟନ କରାଯିବା ଦ୍ବାରା ସମାଜରେ ମାନବିକତା ଓ ସମାନତା ଅଣାଯାଇପାରିବ। ତାମିଲନାଡୁ ସରକାରରେ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଶନିବାର ରାତିରେ ସୋସିଆଲ ମିଡିଆ ଏକ୍ସ (ଟ୍ବିଟର)ରେ ଲେଖିଥିବା ଏପରି ଟିପ୍ପଣୀ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଉଦୟନିଧିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି କହିଛି ଯେ ଏହା ଗଣହତ୍ୟା ସଦୃଶ। ଦଳର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଏହା ସନାତନ ଧର୍ମାବଲମ୍ବୀଙ୍କୁ ଗଣହତ୍ୟା ପାଇଁ ଆହ୍ବାନ ଦେବା ସଦୃଶ। ସେ କହିଛନ୍ତି ଯେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ଏହାର ଭାରତ ବିରୋଧୀ ଓ ହିନ୍ଦୁ ବିରୋଧୀ ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି। ବିଜେପି ନେତା ଅମିତ ଶାହା କହିଛନ୍ତି​‌ ଯେ ବିରୋଧୀ ଇଣ୍ଡିଆ ମେଣ୍ଟ ହିନ୍ଦୁ ଧର୍ମକୁ ଘୃଣା କରୁଛି। ବିରୋଧୀ ମେଣ୍ଟ କହୁଛି ଯେ ନରେନ୍ଦ୍ର ମୋଦୀ ବିଜୟୀ ହେଲେ ସନାତନ ଧର୍ମର ଶାସନ ଚାଲିବ। ତେଣୁ ସେମାନେ ଚାହୁଁଛନ୍ତି ଯେ ସନାତନ ଧର୍ମର ବିଲୋପ ହେବା ଦରକାର। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଉଦୟନିଧିଙ୍କ ମନ୍ତବ୍ୟ ବିରୋଧୀ ଇଣ୍ଡିଆ ମେଣ୍ଟର ରାଜନୈତିକ ରଣନୀତି। ଆଗାମୀ ନିର୍ବାଚନରେ ସେମାନେ ହିନ୍ଦୁ ବିରୋଧୀ ରଣନୀତି ଆପଣାଇବାକୁ ଯାଉଛନ୍ତି।
ଅନ୍ୟପଟେ ଡିଏମ୍‌କେର ସହଯୋଗୀ ଦଳ କଂଗ୍ରେସ ଉଦୟନିଧିଙ୍କ ଏପରି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି। କଂଗ୍ରେସ କହିଛି ଯେ ତାଙ୍କ ଦଳ କାହାର ଧାର୍ମିକ ଭାବାବେଗକୁ ଆଘାତ ଦେବାକୁ ବିଶ୍ବାସ କରେ ନାହିଁ। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି ଯେ ଆମର ଆଭିମୁଖ୍ୟ ହେଉଛି ସର୍ବଧର୍ମ ସମାନ। ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟର ଓକିଲ ବିନିଥ ଜିନ୍ଦଲ ଦିଲ୍ଲୀ ପୁଲିସ ନିକଟରେ ମାମଲା ରୁୁଜୁ କରିଛନ୍ତି। ଜିନ୍ଦଲ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଉଦୟନିଧିଙ୍କ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଉତ୍ତେଜନା ସୃଷ୍ଟିକାରୀ ଓ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories