www.samajalive.in
Monday, December 15, 2025
14.1 C
Bhubaneswar

ଚନ୍ଦ୍ରଯାନ-୩ : ଛୋଟ କଲେଜ ଛାତ୍ରଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଇସ୍ରୋ ବୈଜ୍ଞାନିକମାନଙ୍କୁ ଦେଶବାସୀ ପ୍ରଶଂସାରେ ପୋତି ପକାଉଛନ୍ତି। ସେମାନଙ୍କ ଯୋଗ୍ୟତା ଓ ଦକ୍ଷତାକୁ ନେଇ ଅନେକ ଆଲୋଚନା ଜାରି ରହିଛି। ତିରୁଅନନ୍ତପୁରମ୍‌ର କଂଗ୍ରେସ ସାଂସଦ ଶଶୀ ତରୁର ଚନ୍ଦ୍ରଯାନ-୩ ସଫଳତା ପଛରେ ଥିବା କିଛି ବୈଜ୍ଞାନିକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଜାରି କରି କହିଥିଲେ ଯେ ଏମାନେ କୌଣସି ଆଇଆଇଟିରୁ ନୁହେଁ; ବରଂ କେରଳର କଲେଜ ଅଫ୍‌ ଇଞ୍ଜିନିୟରିଂ, ତିରୁଅନନ୍ତପୁରମ୍‌ (ସିଇଟି)ରୁ ଉତ୍ତୀର୍ଣ୍ଣ। ଆଉ କିଛି ବୈଜ୍ଞାନିକ ଉତ୍ତର ପ୍ରଦେଶର ଅଲିଗଡ଼ ମୁସଲିମ୍‌ ବିଶ୍ବବିଦ୍ୟାଳୟ (ଏଏମ୍‌ୟୁ), ତାମିଲନାଡୁର ​ସୋନା କଲେଜ ଅଫ ଟେକ୍‌ନୋଲଜି, ଶ୍ରୀରାମ କଲେଜ ଅଫ ଇଞ୍ଜିନିୟରିଂ ଓ ଆଉ କେତେକ ଆପାତତଃ ଛୋଟ ସହରର କଲେଜରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିବା ସାମ୍ନାକୁ ଆସିଥିଲା। ଆଉ କେତେକ ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ (ଆରଇସି)ରୁ ଆସିଥିଲେ। ଓଡ଼ିଶାର ଛୋଟ ସହରରୁ ଯାଇଥିବା କିଛି ବୈଜ୍ଞାନିକ ମଧ୍ୟ ଏଥିରେ ସାମିଲ। ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟିରୁ ଉତ୍ତୀର୍ଣ୍ଣ ଛାତ୍ରମାନେ କୁଆଡ଼େ ଗଲେ ବୋଲି ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ।
ସୂଚନାଧିକାର ଆଇନ ବଳରେ ମିଳିଥିବା ତଥ୍ୟାନୁସାରେ ଇସ୍ରୋରେ କାର୍ଯ୍ୟରତ ବୈଜ୍ଞାନିକଙ୍କ ମଧ୍ୟରୁ ମାତ୍ର ୨ ପ୍ରତିଶତ ହିଁ ଆଇଆଇଟି ଓ ଏନ୍‌ଆଇଟି ଭଳି ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ। ଆଇଆଇଟି ଓ ଏନ୍‌ଆଇଟିରେ ପ୍ରବେଶ ପାଇଁ କଡ଼ା ପରୀକ୍ଷାର ସମ୍ମୂଖୀନ ହେବାକୁ ପଡ଼େ। ସେଠାକାର ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରନ୍ତି; କିନ୍ତୁ ସେଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ବିପୁଳ ଆୟ ଓ ପୋସାଦାର ସୁଯୋଗ ଆଳରେ ବିଦେଶ ପଳାନ୍ତି। ଜଣେ ଆଇଆଇଟି ଛାତ୍ର ପିଛା ସରକାର ବର୍ଷକୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ବ୍ୟୟ କରନ୍ତି। ଏହା ଦେଶର ଟିକସଦାତାଙ୍କଠାରୁ ହିଁ ଆଦାୟ ହୋଇଥାଏ। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ରେ ଅର୍ଦ୍ଧାଧିକ ଭାରତୀୟ ମୂଳ ବୈଜ୍ଞାନିକ କାର୍ଯ୍ୟରତ ଥିବାବେଳେ ଇସ୍ରୋରେ ଏହାର ପରିପନ୍ଥୀ। ଏଠାରେ ଜଣେ ହେଲେ ବିଦେଶୀ ବୈଜ୍ଞାନିକ ନାହାନ୍ତି। ଆମେରିକାର ସିଲିକନ୍‌ ଭ୍ୟାଲିରେ ସର୍ବାଧିକ ଭାରତୀୟ ଇଞ୍ଜିନିୟର। ସୂଚନାନୁଯାୟୀ, ଚନ୍ଦ୍ରଯାନ-୩ ପ୍ରକଳ୍ପରେ କାର୍ଯ୍ୟରତ ଅଧିକାଂଶ ବୈଜ୍ଞାନିକ ତାମିଲନାଡ଼ୁ ଓ କେରଳବାସୀ। କେରଳର ଦୁଇଟି କଲେଜରେ ଇଞ୍ଜିନିୟରିଂ ପଢ଼ିଥିବା ଛାତ୍ରଛାତ୍ରୀ ଏଥିରେ ସାମିଲ ଥିଲାବେଳେ ତାମିଲନାଡ଼ୁର ସିଇଟିରୁ ଉତ୍ତୀର୍ଣ୍ଣ ୭ ବୈଜ୍ଞାନିକ ଅଭିଯାନରେ କାମ କରୁଥିଲେ। ଏଏମ୍‌ୟୁରୁ ତିନି ଜଣ ପ୍ରକଳ୍ପରେ କାର୍ଯ୍ୟରତ ଥିଲାବେଳେ ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ ନିଜେ କେରଳର ଟିକେଏମ୍‌ କଲେଜରେ ଅଧ୍ୟୟନ କରିଥିଲେ। ପ୍ରକଳ୍ପ ନିର୍ଦେଶକ ପି. ବୀରାମୁଥୁବେଲ ତାମିଲନାଡୁର ଶୀରାମ କଲେଜ ଅଫ ଇଞ୍ଜିନିୟରିଂରେ ପଢ଼ିଥିଲେ। ତରୁରଙ୍କ ଭାଷାରେ ଭାରତୀୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଆଇଆଇଟି ତଥା ଏନ୍‌ଆଇଟି ଭଳି ପ୍ରତିଷ୍ଠାନ ପଛରେ ଧାଇଁଥିବାବେଳେ ଛୋଟ କଲେଜର ଛାତ୍ରଛାତ୍ରୀ ହିଁ ବାସ୍ତବ ନାୟକ। ନିଜର ଓ ଦେଶର ସ୍ବପ୍ନ ସେହିମାନେ ହିଁ ସାକାର କରୁଛନ୍ତି। ପରବର୍ତ୍ତୀ ପିଢ଼ିର ଇଞ୍ଜିନିୟର ଓ ବେଜ୍ଞାନିକମାନେ ଛୋଟ ସହରର ଛୋଟ କଲେଜରୁ ହିଁ ବାହାରୁଛନ୍ତି। ଇସ୍ରୋ ବୈଜ୍ଞାନିକ, ବୈଷୟିକ କର୍ମଚାରୀ ଓ ସହାୟକମାନେ ପାଉଥିବା ଦରମା ଓ ଭତ୍ତା ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ପାଞ୍ଚ ଭାଗରୁ କମ୍‌। ଏସବୁ ମଧ୍ୟରେ ଇସ୍ରୋ ବୈଜ୍ଞାନିକଙ୍କ ନିଷ୍ଠା ଅତୁଳନୀୟ। ସରକାର ଏ ଦିଗ ପ୍ରତି ସଚେତନ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories