www.samajalive.in
Saturday, December 13, 2025
27.1 C
Bhubaneswar

ମୋଦୀଙ୍କୁ ସାକ୍ଷାତ କଲେ ୟୁଏଇ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍‍ ବୈଦେଶିକ ମନ୍ତ୍ରୀ ଶେଖ୍‍ ଅବଦୁଲ୍ଲା ବିନ୍‍ ଜୟେଦ୍‍ ଅଲ୍‍ ନାହିୟାଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ କରି କହିଛନ୍ତି, ଶେଖ୍‍ ଅବଦୁଲ୍ଲା ବିନ୍‍ ଜୟେଦ୍‍ ଅଲ୍‍ ନାହିୟାଁଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି। ଉଭୟ ନେତା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ଦିଗରେ କାମ କରିବେ ବୋଲି ସହମତ ହୋଇଛନ୍ତି।

ସୋମବାର ନାହିୟାଁ ବୈଦେଶିକ ମନ୍ତ୍ରୀ ଏଚ୍‍. ଜୟଶଙ୍କରଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ପୁଞ୍ଜିନିବେଶ, ବାଣିଜ୍ୟ, ଶକ୍ତି ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ଆତଙ୍କବାଦ ମୁକାବିଲା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories