www.samajalive.in
Thursday, December 11, 2025
18.1 C
Bhubaneswar

ବିଧାୟକଙ୍କ ଦ୍ଵାରା କାର୍ୟ୍ୟାଦେଶ ବଣ୍ଟନ ଓ ସ୍କୁଲ ଦର୍ଶନ

ତୁମୁଡିବନ୍ଧ : କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ ସାଭାଗୃହରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର କାର୍ୟ୍ୟାଦେଶ ବଣ୍ଟନ କରିଥିଲେ। ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଠ, ବିଜେଡ଼ି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ସିର୍ଲା ସରପଞ୍ଚ ଝିଲ୍ଲୀମା ମଲ୍ଲିକ ଓ ସମିତି ସଭ୍ୟ ବିକାଶ କୁମାର ମାଝୀ, ଯହନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ୟ୍ୟାଦେଶ ବଣ୍ଟନ ପରେ ସିର୍ଲା ସ୍କୁଲ ହଷ୍ଟେଲକୁ ଯାଇ ପିଲାମାନଙ୍କ ସହିତ ପାଠ ପଢା, ହଷ୍ଟେଲରେ ରହିବା, ଖାଇବା ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପରେ ସେଠାରୁ ଆସି ମାଲଙ୍ଗ ପଦର ସ୍କୁଲରେ ଅଚାନକ ପରିଦର୍ଶନ କରିଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories