www.samajalive.in
Monday, December 15, 2025
16.1 C
Bhubaneswar

ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାରର ଅସ୍ତ୍ର ଯୋଗାଇବ ଆମେରିକା

କିଭ୍‌ : ୟୁକ୍ରେନକୁ ଆଉ ୪୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜର୍ମାନୀ ଚାନ୍ସେଲର ଓଲାଫ୍ ସ୍କୋଲଜଙ୍କ ସହିତ ଆଲୋଚନା କାଳରେ ଏହି ସାମରିକ ସହାୟତା ବାବଦରେ ଘୋଷଣା କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ ପ୍ରମୁଖ ଅସ୍ତ୍ର ଭାବେ ଜିଏମଏଲଆରଏସ୍‌ ରାକେଟ ରହିଛି। ଏହି ରକେଟ୍‌କୁ ହିମାରସ୍ ଲଞ୍ଚରରୁ ନିକ୍ଷେପ କରାଯାଇଥାଏ। ଗତବର୍ଷ ଠାରୁ ରୁଷ୍ ବିରୋଧୀ ଯୁଦ୍ଧର ମୁକାବିଲା ନିମନ୍ତେ ଆମେରିକା ୟୁକ୍ରେନକୁ ୩୨୦୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ସାରିଲାଣି। ବାଇଡେନ ସ୍କୋଲଜଙ୍କ ମଧ୍ୟରେ ଆଲୋଚନା କାଳ​ରେ‌ ଚୀନର ଅଣୁଅସ୍ତ୍ରକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ରୁଷ୍‌କୁ ଚୀନ ଏହାର ଅଣୁଅସ୍ତ୍ର ଯୋଗାଇ ଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ୟୁକ୍ରେନ ବିରୋଧୀ ଯୁଦ୍ଧରେ ଚୀନ ଯଦି ରୁଷ୍‌କୁ ସାମରିକ ସହାୟତା ଦିଏ ତେବେ ବେଜିଂ ଉପରେ ବିଭିନ୍ନ କଟକଣା ଲାଗୁ କରିବାକୁ ବାଇଡେନ ପ୍ରଶାସନ ଏହାର ସହଯୋଗୀଙ୍କୁ ପରାମର୍ଶ ଦେଇଛି। ସ୍କୋଲଜଙ୍କ ସହିତ ଆଲେଚନା କାଳରେ ଚୀନ ଉପରେ କଟକଣା ଲଗାଇବା ପ୍ରସଙ୍ଗ ଆଲୋଚନା ହୋଇଥିବା ନେଇ ହ୍ବାଇଟ୍ ହାଉସ୍‌ ଜାତୀୟ ସୁରକ୍ଷା ମୁଖପାତ୍ର ଜନ୍ କିରବାଏଙ୍କୁ  କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏପରି ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ମାତ୍ର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ନାହିଁ। ଅନ୍ୟପଟେ ରୁଷ୍‌ର ଆକ୍ରମଣକୁ ମୁକାବିଲା କରିବା ଲାଗି ୟୁକ୍ରେନ ସେନା ବାଖମୁତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories