www.samajalive.in
Sunday, December 14, 2025
19.1 C
Bhubaneswar

ଶନିବାର ରାଶିଫଳ(୦୪.୦୩.୨୦୨୩)

ମେଷ : ଲୋକପୂଜ୍ୟ ହୋଇପାରନ୍ତି। ନିଜ ବକ୍ତବ୍ୟରେ ଶ୍ରୋତାମାନଙ୍କୁ ବଶକରି ପାରନ୍ତି। ଶତ୍ରୁଘାତୀ ହେବେ। ବିଚକ୍ଷଣ ରାଜନୀତିଯୁକ୍ତ ହୋଇପାରନ୍ତି। ବହୁଭୋଜନ କରିବେ। ଧନଶାଳୀ ଚଞ୍ଚଳମନା ଓ କ୍ରୋଧୀ ହେବେ।

ବୃଷ : ଶୌର୍ଯ୍ୟଶାଳୀ ହେବେ। ଦୁଃଖ ସହିଷ୍ଣୁ ହୋଇପାରନ୍ତି। ଶତ୍ରୁହନ୍ତା ହେବେ। ବିଚକ୍ଷଣ, ଧନ ସଞ୍ଚୟକାରୀ, କମନୀୟ ଅବୟବ, ଦୀର୍ଘଜୀବୀ, ସ୍ଥିରସମ୍ପଦଯୁକ୍ତ ଓ ଗ୍ରାମର ମୁରବି ହୋଇପାରନ୍ତି।

ମିଥୁନ : ବିଜୟୀ ହେବେ। ପ୍ରୀତିଜନକ ଓ ମନୋହର ଦାସଯୁକ୍ତ ହେବେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ବଦାନ୍ୟ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ବିନୟୀ ଭକ୍ତିଯୁକ୍ତ ହେବେ। ସୁଖୀ ହେବେ।

କର୍କଟ : ମେଧାବୀ ହେବେ। ସ୍ଥିରମତି, କ୍ଷିପ୍ରମତଯୁକ୍ତ ହେବେ। ସୁକର୍ମା ହେବେ। ଗୁପ୍ତ ବିଦ୍ୟାଭ୍ୟାସୀ ଓ ଗୁପ୍ତ ଧନଯୁକ୍ତ ହୋଇପାରନ୍ତି। ଶତ୍ରୁଘାତୀ ହେବାର ସୂଚନା ମିଳୁଛି। ଉଗ୍ର ସ୍ବଭାବଯୁକ୍ତ ହେବେ। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହେବେ।

ସିଂହ : ଯଦିଓ ରାଜମାନ୍ୟ ମିଳିବ; ତଥାପି ଧନହୀନ ହେବା ଆଶା କରାଯାଏ। ଉଦ୍ୟମ ପ୍ରଶଂସନୀୟ ହେବ। ମାଂସଲୋଭୀ ହୋଇପାରନ୍ତି। କଦାକାର ଚେହେରା ସମ୍ପନ୍ନ ହୋଇ କ୍ଷୀଣ ଦୃଷ୍ଟିସମ୍ପନ୍ନ ହୋଇପାରନ୍ତି।

କନ୍ୟା : ସଙ୍ଗୀତ ନିପୁଣ ହୋଇପାରନ୍ତି। କର୍ମପଟୁ ଓ ଯଥାର୍ଥବାଦୀ ହେବେ। କାବ୍ୟଚେତା ହେବେ। ଭୋକ୍ତା ହୋଇପାରନ୍ତି। ଦାତା ହେବେ। ପୁତ୍ର ରତ୍ନ ମିଳିପାରେ। ବିଭିନ୍ନ ପ୍ରକାରର ଧନଯୁକ୍ତ ହୋଇପାରନ୍ତି।

ବିଛା : ବିଚକ୍ଷଣ ଶାସ୍ତ୍ର ବିଶାରଦ ହେବେ। କ୍ଷୁଦ୍ର କର୍ମରୁ ମହତ୍‌କର୍ମ ପର୍ଯ୍ୟନ୍ତ ସମସ୍ତ ଘଟଣାର କର୍ମକ୍ଷମ ହେବେ। କର୍ମକ୍ଷତ୍ରରୁ ନିଜର ଦକ୍ଷତା ପ୍ରତିପାଦନ କରିବେ। ଶସ୍ତ୍ର ଚାଳନାରେ ବିଚକ୍ଷଣ ହେବେ।

ଧନୁ : ଧ୍ୟାନକ୍ରିୟାସମ୍ପୃକ୍ତ ହେବେ। ନୀତି, ନିୟମ ତତ୍ପର ହେବେ। ଧାର୍ମିକ ପ୍ରବର ହେବେ। ଅକ୍ଷୟ ଯଶର ଅଧିକାରୀ ହେବେ। ଦାନୀ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମକର : ବନ୍ଧୁଙ୍କ ପ୍ରତି କପଟ ସ୍ନେହ ଆଚରଣ କରିପାରନ୍ତି। ଯଦିଓ ନାସ୍ତିକ ହେବେ, ତଥାପି ବିଭିନ୍ନ ସୂତ୍ରରୁ ଧନ ଆହରଣ କରିବାରେ ସକ୍ଷମ ହେବେ। କେତେବେଳେ ଆସ୍ତିକ ତ କେତେକ କ୍ଷେତ୍ରରେ ନାସ୍ତିକ ହେବେ।

କୁମ୍ଭ : ବୀରକର୍ମା ଓ ଜ୍ଞାନଗରିମାଯୁକ୍ତ ହୋଇପାରନ୍ତି। ଧର୍ମଧାରଣରେ ନିଜକୁ ବୁଡ଼ାଇ ଦେଇପାରନ୍ତି। ଉତ୍ତମ ଲେଖକ ହେବେ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିପାରନ୍ତି। ଶାସ୍ତ୍ରଜ୍ଞ ହୋଇପାରନ୍ତି।

ମୀନ : ନୈତିକ କର୍ମରେ ବ୍ରତୀ ହୋଇପାରନ୍ତି। ମଙ୍ଗଳ କର୍ମରେ ଦିନରାତି ଏକାକାର କରିପାରନ୍ତି। ବିବେକାନୁମୋଦିତ କାର୍ଯ୍ୟ କରିପାରନ୍ତି। ବିଦ୍ୟା ଅର୍ଜନ କରି ପଠନ, ଲିଖନରେ ଧ୍ୟାନ ଦେବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories