www.samajalive.in
Monday, December 8, 2025
14.1 C
Bhubaneswar

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ୱାଶିଂଟନ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଗ୍ରହଣ କରାଯିବ। କରୋନା ମହାମାରୀ ଏଥରର ନିର୍ବାଚନକୁ ପ୍ରଭାବିତ କରିଛି। ରିପବ୍ଲିକାନ ପାର୍ଟି ତରଫରୁ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ଓ ଡେମୋକ୍ରାଟିକ ପାର୍ଟି ତରଫରରୁ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି। କରୋନା ପାଇଁ ଚଳିତ ବର୍ଷ ନିର୍ଦ୍ଧାରିତ ଦିବସ (ନଭେମ୍ବର ୩)ଠାରୁ ଆଗୁଆ ମତଦାନ କରାଯାଇଛି। ଭିଡ଼ରୁ ବର୍ତ୍ତିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ‘ଆର୍ଲି ଭୋଟିଂ’ କୁହାଯାଉଛି। ନିର୍ବାଚନ ଦିବସର ଏକ ସପ୍ତାହ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ‘ଆର୍ଲି ଭୋଟିଂ’ କରି ସାରିଛନ୍ତି। ଏମାନେ ଇ-ମେଲ ଅଥବା ପୋଷ୍ଟାଲ ବେଲେଟ୍‌ ମାଧ୍ୟମରେ ମତଦାନ କରିଛନ୍ତି। ଆସନ୍ତାକାଲି ନିର୍ବାଚନ ଆରମ୍ଭ ଓ ଶେଷ ହେବ । ମତଦାନ ଶେଷ ହେବା ପରେପରେ ଭୋଟ ଗଣତି କରାଯିବ । ସରକାରୀ ଭାବେ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ତେବେ ମତଦାନ ପରଦିନ ସାମ୍ଭାବ୍ୟ ଫଳାଫଳ ଜଣାପଡ଼ିଯିବ। ଆସନ୍ତା ବର୍ଷ ଜାନୁଆରୀ ୬ ତାରିଖରେ କଂଗ୍ରେସ (ଆମେରିକୀୟ ସଂସଦ)ରେ ନିର୍ବାଚିତ ପ୍ରତିନିଧିଙ୍କ ଭୋଟ ଗଣତି ଆରମ୍ଭ ହେବ ା ସେହିମାସ ୨୦ ତାରିଖରେ ଆମେରିକାର ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଦେଶର ୫୦ଟି ରାଜ୍ୟ ୨ ଜଣ ଲେଖାଏଁ (୧୦୦ଜଣ) ପ୍ରତିନିଧି ସିନେଟ(ସଂସଦର ଉଚ୍ଚ ସଦନ)କୁୁ ନିର୍ବାଚିତ କରିଥା’ନ୍ତି । ସେହିପରି ଜନସଂଖ୍ୟା ଅନୁସାରେ ବିଭିନ୍ନ ରାଜ୍ୟ ୪୩୫ ଓ ୱାଶିଂଟନ ଡିସିରୁ ୩ଜଣ; ଏହିପରି ମୋଟ ୪୩୮ ଜଣ ପ୍ରତିନିଧି ସଭା (ନିମ୍ନ ସଦନ)କୁ ନିର୍ବାଚିତ ହୋଇଥା’ନ୍ତି। ମୋଟ ୫୩୮ ଜଣ ସାଂସଦ(ଇଲେକ୍ଟର୍ସ) ନିର୍ବାଚିତ ହୋଇଥା’ନ୍ତି। ରାଷ୍ଟ୍ରପତି ଅଥବା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ହେଲେ କୌଣସି ଦଳ ୨୭୦ଟି ଆସନ ପାଇବା ଆବଶ୍ୟକ। ପ୍ରତିନିଧି ସଭାର ୪୩୮ ଜଣ ସଦସ୍ୟ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରୁଥିବାବେଳେ ସିନେଟର ୧୦୦ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥା’ନ୍ତି। ଏହି ନିର୍ବାଚନରେ ଭାରତୀୟ ବଂଶଜ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories