www.samajalive.in
Sunday, December 14, 2025
19.1 C
Bhubaneswar

ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିଛନ୍ତି ଦୁଇ ଦିବ୍ୟାଙ୍ଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଜଗନ୍ନାଥ ସାହିରେ ଏକ ଭଙ୍ଗା ଘରେ ଦୁଇ ଦିବ୍ୟାଙ୍ଗ ରହିଥିବା ଦେଖିବାକୁ ମିଳିଛି ।  ସ୍ୱର୍ଗର ସୀତାରାମ ଦାସଙ୍କ ସ୍ତ୍ରୀ  ଅନୁସୟା ଦାସ (୭୦)ଓ ପୁଅ ବିନାୟକ ଦାସ (୩୯) ଦୁଇ ଜଣ ଦିବ୍ୟାଙ୍ଗ ହୋଇ ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିରହିଥିବା ଦେଖିବାକୁ ମିଳିଛି । ସୀତାରାମ ପୂର୍ବରୁ ଚା ବିକ୍ରି କରି ପରିବାର ଚଳାଉଥିଲେ । ଦୁଇ ପୁଅ,ଦୁଇ ଝିଅଙ୍କୁ ବିବାହ ଦେବା ପରେ ସ୍ବର୍ଗତ ସୀତାରାମ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ପ୍ରାୟ ୩ବର୍ଷ ହେବ ସୀତାରାମଙ୍କ ଦେହାନ୍ତ ପରେ ସ୍ତ୍ରୀ ଅନୁସୟା ସମ୍ପୂର୍ଣ୍ଣ ଭାଙ୍ଗି ପଡି ପକ୍ଷାଘାତ ରୋଗରେ ଶଯ୍ୟାରେ ପଡିରହିଛନ୍ତି ।

ସାନ ପୁଅ ବାଇକ ଦୁର୍ଘଟଣାରେ ହାତ ଓ ଶ୍ରବଣ ଶକ୍ତି ହରାଇଛି । ଏହି ଦୁଇ ଜଣଙ୍କୁ ତାଙ୍କ ବଡ଼ ପୁଅ ବୋହୂ ପଚାରୁ ନାହାନ୍ତି । କେବଳ ଦୁଇ ଝିଅ କେତେବେଳେ କେମିତି ଆସି ଦେଖା ଚାହାଁ କରି ଯାଉଛନ୍ତି ବୋଲି ମାଆ ପୁଅ କହିଛନ୍ତି । ପଡୋଶୀ କେତେବେଳେ ଖାଇବାକୁ ଦେଲେ ଖାଉଛନ୍ତି ନଚେତ୍ ଭୋକରେ ଶୋଉଛନ୍ତି । ଘରର କାନ୍ଥ ଫାଟି ଆଁ କରିଛି ,ବାଡ଼ି କୋଠରୀରୁ ମାଟି ଝଡି ପଡିଛି । ଏହି ପରିବାରକୁ ସରକାର ପକ୍ଷରୁ ପିଡ଼ିଏଫ ଚାଉଳ ୧୦କିଲୋ ସହ ବିଧବା ଭତ୍ତା ଓ ପୁଅକୁ ବିକଳାଙ୍ଗ ଭତ୍ତା ଭାବରେ ୧ ହଜାର ଟଙ୍କା ଲେଖାଏଁ ସହାୟତା ମିଳୁଛି ।ଏହି ଦୁଇ ହଜାର ଟଙ୍କାରେ  ସେମାନେ ଔଷଧ କିଣିବେ ନା ଖାଇବେ ନା ଘର ସଜାଡ଼ିବେ ବୋଲି କହିଛନ୍ତି । ତେଣୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଓ ଭତ୍ତା ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories