ୱାଙ୍ଖଡେରେ ଦ୍ଵିତୀୟ ଦ୍ରୁତତମ ଟି-୨୦ ଶତକ ହାସଲ କଲେ ଅଭିଷେକ ଶର୍ମା

ଡେସ୍କ: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ମାତ୍ର ୩୭ ବଲରେ ଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି। ଟି-୨୦ରେ ଭାରତ ପାଇଁ ଅଭିଷେକ ଦ୍ଵିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି। ୨୦୧୭ରେ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷରେ ୩୫ ବଲରେ ଶତକ ହାସଲ କରିଥିବା ରୋହିତ ଶର୍ମାଙ୍କ ନାମରେ ଏହି ରେକର୍ଡ ରହିଛି।


ଆଜି ସେ ୱାଙ୍ଖଡେରେ ୫୪ଟି ବଲରେ ୧୩୫ ରନ ସଂଗ୍ରହ କରିଥିବା ବେଳେ ସେଥିରେ ୧୩ଟି ଛକା ଓ ୭ଟି ଚୌକା ରହିଛି। ଅଭିଷେକଙ୍କ ପାଳି ଯୋଗୁଁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୨୪୭ ରନ୍ କରିଛି।

Comments are closed.