www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ବଦେଶ ଫେରିବେ ୟୁକ୍ରେନରେ ଫସିଥିବା ୨ ଯୁବକ; ଚାକିରି ଲୋଭ ଦେଖାଇ ଯୁଦ୍ଧରେ ସାମିଲ କରାଯାଇଥିଲା

ନୂଆଦିଲ୍ଲୀ: ବିଦେଶରେ ଚାକିରି ଦେବା ନାଁରେ ଭାରତୀୟମାନଙ୍କୁ ଜୋର ଜବରଦସ୍ତ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ କରାଯାଉଛି। ଏଭଳି ଲୋଭରେ ପ୍ରଲୋଭିତ ହୋଇଥିବା କେରଳର ଚାରିଜଣ ଯୁବକ ୟୁକ୍ରେନରେ ଫସି ରହିଛନ୍ତି। ତେବେ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଖୁବଶୀଘ୍ର ସେମାନଙ୍କ ପରିବାର ପାଖକୁ ଫେରି ଆସିବେ। ଭାରତ ସରକାର ଲଗାତର ଭାବରେ ନିଜ ଲୋକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି।

ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି.ମୁରଲୀଧରନ୍ ମଙ୍ଗଳବାର ସନ୍ଧ୍ୟାରେ କହିଛନ୍ତି ଯେ, ଦୁଇ ବ୍ୟକ୍ତିଙ୍କୁ ରୁଷରୁ ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ସେମାନଙ୍କ ଦଲିଲ ପ୍ରସ୍ତୁତ କରୁଛି। ଆଶା କରୁଛି ସେମାନେ ଶୀଘ୍ର ଘରକୁ ଫେରିବେ ବୋଲି ମନ୍ତ୍ରୀ ଭି.ମୁରଲୀଧରନ୍ କହିଛନ୍ତି। ଅତ୍ତିଙ୍ଗଲ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଥିବା ମୁରଲୀଧରନ୍ କହିଛନ୍ତି, ‘‘ସେମାନଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରୁଷ ସରକାରଙ୍କ ସହିତ ଆଲୋଚନା କରୁଛି। ଆଶ୍ବସ୍ତ ରୁହନ୍ତୁ, ସେମାନଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବାକୁ ଆମେ କଠୋର ପଦକ୍ଷେପ ନେଉଛୁ।’’

- Advertisement -

 

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories