www.samajalive.in
Monday, December 15, 2025
16.1 C
Bhubaneswar

ଶପଥ ଗ୍ରହଣ କଲେ ୨ ନବ ନିର୍ବାଚିତ ବିଧାୟକ

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତିଙ୍କ କାର୍ଯ୍ୟାକାୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଭୟଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଉପସ୍ଥିତ ଥିଲେ। ଉଭୟ ନବ ନିର୍ବାଚିତ ବିଧାୟକ ଆସନ୍ତା ୨୦ ତାରିଖରୁ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ଭାଗ ନେବେ।

ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କୁ ୪୧ ହଜାର ୭୦୩ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩ ହଜାର ୩୫୧ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ପରାସ୍ତ କରିଥିଲେ।

- Advertisement -

ଆଜି ମଧ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। କରୋନା ମାର୍ଗଦର୍ଶିକା ଅନୁଯାୟୀ ହେବାକୁ ଥିବା ଏହି ଅଧିବେଶନ କାଳରେ ପୂର୍ବଥର ଭଳି କୌଣସି ପ୍ରଶ୍ନକାଳ ରହିବ ନାହିଁ। ପ୍ରତ୍ୟେକ ଦିନ ସାଢେ ଚାରି ଘଂଟା ଗୃହର ବୈଠକ ବସିବ। ପ୍ରଥମାର୍ଦ୍ଧ ବୈଠକ ପୂର୍ବାହ୍ନ ୧୦ଟାରୁ ଗୋଟାଏ ଏବଂ ଦ୍ଵିତୀୟାର୍ଦ୍ଧ ବୈଠକ ଅପରାହ୍ନ ୩ଟାରୁ ୫ଟା ଯାଏ ଚାଲିବ। ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories