www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀନଗର ଏନକାଉଣ୍ଟର; ଟଳିଲେ ଆଉ ୨ ଆତଙ୍କୀ, ମୋଟ ୩ ନିପାତ

ଶ୍ରୀନଗର: ଶ୍ରୀନଗରର ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏକନାଉଣ୍ଟର ଘଟିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ବୁଧବାର ଭୋର ସମୟରେ ଜଣେ ଆତଙ୍କୀ ନିହତ ହୋଇଥିବାବେଳେ ଅପରାହ୍ନରେ ଆଉ ୨ ଆତଙ୍କୀ ନିପାତ ହୋଇଛନ୍ତି।

ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ବୁଧବାର ଜାରି ରହିଥିଲା। ଲାଭାପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା କର୍ମୀଙ୍କ ମିଳିତ ଟିମ୍‌ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଏକ କୋଠାରେ ୨ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଯବାନମାନେ ସେମାନଙ୍କୁ ଘେରି ଯିବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ବୁଧବାର ଭୋର ସମୟରେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

- Advertisement -

ଏହା ପରେ ସେଠାରେ ଲୁଚି ରହିଥିବା ଆଉ କିଛି ଆତଙ୍କୀଙ୍କ ସହିତ ଗୁଳିବିନିମୟ ଚାଲିଥିଲା। ଅପରାହ୍ନ ସାଢ଼େ ୧୨ଟା ସୁଦ୍ଧା ଆଉ ଦୁଇ ଆତଙ୍କୀ ନିହତ ହୋଇଥିଲେ। ତେବେ ଏନକାଉଣ୍ଟର ସମୟରେ ସ୍ଥାନୀୟ କିଛି ଯୁବକ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ଲାଗି ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନ କାଶ୍ମୀର ପରେ ଜାମ୍ମୁରେ ଆଶାନ୍ତି ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛି। ଏଥିପାଇଁ ପାକିସ୍ତାନ ଲଶ୍କର-ଏ-ତୋଇବା ସଂଗଠନର ସହଯୋଗ ନେଉଛନ୍ତି। ଲଶ୍କର ନିଜର ସ୍ଥାନୀୟ ନେଟୱର୍କ ଜରିଆରେ ଜାମ୍ମୁରେ ବାତାବରଣକୁ ଅଶାନ୍ତ କରିବା ଲାଗି ଉଦ୍ୟମ ଚଳାଇଛି। ସୀମା ଆରପଟୁ ବାରମ୍ବାର ସ୍ଥାନୀୟ ଆତଙ୍କୀଙ୍କୁ ହିଂସା ସୃଷ୍ଟି ପାଇଁ ନିର୍ଦେଶ ଦିଆଯାଉଛି, ଯାହାକୁ ସେନା ପକ୍ଷରୁ ବିଫଳ କରାଯାଉଛି। ଏକ ସପ୍ତାହ ମଧ୍ୟରେ ଲଶ୍କର ଆତଙ୍କୀ ସଂଗଠନର ୬ ସହଯୋଗୀଙ୍କୁ ସେନା ଗିରଫ କରିଛି। ବୈଷ୍ଣୋଦେବୀ ତୀର୍ଥକ୍ଷେତ୍ର ଏବଂ ଅନ୍ୟ ପର୍ଯ୍ୟଟକସ୍ଥଳୀରେ ସେନା ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories