www.samajalive.in
Thursday, December 11, 2025
13.1 C
Bhubaneswar

ବୁଧବାର ବିଶେଷ ; ଦମ୍ପତିମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧବାର ଦିନଟି ବୁଧଗ୍ରହଙ୍କୁ ସମର୍ପିତ। ବୁଧଗ୍ରହଙ୍କୁ ବୁଦ୍ଧି, ବିବେକ ,ଜ୍ଞାନ ପ୍ରଦାନ କରିଥାଆନ୍ତି ବୋଲି କୁହାଯାଏ। ବୁଧବାର ପ୍ରଭୁ ଗଣେଶଙ୍କୁ ପୂଜା ଓ ବୁଧ ଗ୍ରହଙ୍କୁ ଶାନ୍ତ କରିବା ଦ୍ୱାରା ଜାତକରେ ବୁଧଗ୍ରହ ଉତ୍ତମ ସ୍ଥିତିରେ ରହିଥାଆନ୍ତି। ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ। ମାତ୍ର ଏପରି କିଛି କାର୍ଯ୍ୟ ରହିଛି, ଯାହା ବୁଧବାର କରିବା ବର୍ଜନୀୟ। ଜାଣନ୍ତୁ….
ବୁଧବାର ଦିନ କରଜ ଦେବା ଅଥବା ନେବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ। ବୁଧବାର କରଜ ଦେବା ଦ୍ୱାରା ଅଥବା ନେବା ଦ୍ୱାରା ସଫଳତା ମିଳିପାରି ନଥାଏ।
ନିଜର ଦାମ୍ପତ୍ତ୍ୟ ଜୀବନ ସୁଖମୟ ଓ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସଧବା ମହିଳାମାନେ ଏହି ଦିନ କଳାବସ୍ତ୍ର ପିନ୍ଧନ୍ତୁ ନାହିଁ। ଏହାସହ କଳାରଙ୍ଗର ଅନ୍ୟାନ୍ୟ ଜିନିଷ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।
ବୁଧବାର ଦିନ ଆଦୌ କାହାରିକୁ କଠୋର କଥା କୁହନ୍ତୁ ନାହିଁ। ଅପଶବ୍ଦର ମଧ୍ୟ ବ୍ୟବହାର କରନ୍ତୁ ନାହିଁ। ସଭିଁଙ୍କ ସହ ମଧୁର ଶବ୍ଦର ପ୍ରୟୋଗ କରିବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଲାଭ ଓ ଅନେକ ସମସ୍ୟା ଦୂର ହୋଇଥାଏ। ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବୁଧବାର ଦିନ ପଶ୍ଚିମ ଦିଗକୁ ଯାତ୍ରା କରିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇନଥାଏ।
ପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଅଧିକ ମୂଲ୍ୟର ଟଙ୍କାକୁ କୌଣସି କାର୍ଯ୍ୟରେ ନିୟୋଜିତ କରନ୍ତୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories