www.samajalive.in
Sunday, December 7, 2025
16.1 C
Bhubaneswar

ଗୋଟିଏ ଦିନରେ ଏଏସଓ, ଆରଆଇ ପରୀକ୍ଷା; ଦ୍ଵନ୍ଦ୍ଵରେ ଛାତ୍ରଛାତ୍ରୀ

ସମାଜଲାଇଭ ଡେସ୍କ: ଗୋଟିଏ ଦିନରେ ଦୁଇଟି ପରୀକ୍ଷା। ଯାହାକୁ ନେଇ ଦ୍ଵନ୍ଦ୍ଵରେ ରହିଛନ୍ତି ପରୀକ୍ଷାର୍ଥୀ। ଯେଉଁ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ କିପରି ଦୁଇଟି ଯାକ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ସୂଚନା ଅନୁସାରେ, ଆସନ୍ତା କାଲି ଅର୍ଥାନ ନଭେମ୍ବର ୯ ତାରିଖରେ ଆରଆଇ, ଏଆରଆଇ, ଅମିନ, ଆଇସିଡିଏସ ସୁପରଭାଇଜର ଆଦି ପଦବୀରେ ଲିଖିତ ପରୀକ୍ଷା ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ସେହିଦିନ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ମଧ୍ୟ ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ରହିଥିଲେ ହେଁ ପରିଚାଳନା ଦାୟିତ୍ଵରେ ଥିବା ଦୁଇ ସରକାରୀ ସଂସ୍ଥା ଛାତ୍ରଛାତ୍ରୀଙ୍କ ଦ୍ଵନ୍ଦ୍ଵ ଦୂର କରିପାରି ନାହାନ୍ତି। ଯଦି ଗୋଟିଏ ଦିନରେ ଦୁଇଟି ଯାକ ପରୀକ୍ଷା ହୁଏ, ତେବେ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଭୟ ପରୀକ୍ଷାରେ ଯୋଗଦେଇ ନ ପାରି ବଞ୍ଚିତ ରହିବେ। ତେଣୁ ଦୁଇଟି ପରୀକ୍ଷାକୁ ପୃଥକ ଦିନରେ କରିବାକୁ ବହୁ ଛାତ୍ରୀଛାତ୍ର ଦାବି କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories