ଚର୍ଚ୍ଚିତ ବିବାହ: ୬ ଫୁଟ୍ର କନ୍ୟାକୁ ୨ ଫୁଟ୍ର ବର
ଓସ୍ଲୋ : କୁହାଯାଏ ଯେ ଯୋଡ଼ି ଉପରବାଲା ଗଢିଥାଏ। କାହା ଭାଗ୍ୟରେ କିଏ ଅଛି ଅର୍ଥାତ୍ କିଏ କାହାର ଜୀବନସାଥୀ ହେବା ତାହା ସେ ହିଁ ଧାର୍ଯ୍ୟ କରିଥାଆନ୍ତି। ବେଳେବେଳେ ବରଠାରୁ କନ୍ୟା ଅଧିକ ସୁନ୍ଦର ହୋଇଥାଏ ତ ଆଉ କେଉଁଠି କନ୍ୟାଠାରୁ ବର ଅଧିକ ସୁନ୍ଦର ହୋଇଥାଏ। ଏକ ସମ୍ପର୍କ ଗଢିବା ପାଇଁ ସମାନତା କିମ୍ବା ସୌନ୍ଦର୍ଯ୍ୟର ଆବଶ୍ୟକତା ନଥାଏ, ଏହା ପ୍ରମାଣ କରିଛନ୍ତି ପାକିସ୍ତାନର ଏକ ଦମ୍ପତ୍ତି। ଏହି ଦମ୍ପତ୍ତିଙ୍କ ବିବାହର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ୨ ଫୁଟ୍ର ବରକୁ ୬ ଫୁଟ୍ର କନ୍ୟା ବିବାହ କରିଛି। ନର୍ୱେର ରାଜଧାନୀ ଓସ୍ଲୋରେ ମହା ଆଡ଼ମ୍ବର ସହକାରେ ଏହି ବିବାହ ସମ୍ପର୍ଣ୍ଣ ହୋଇଛି।
ପାକିସ୍ତାନର ବୁରହାନ ଚିସ୍ତି ନାମକ ୨ ଫୁଟ୍ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ବିବାହ ପ୍ରାୟ ୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଫୈଜିୟାଙ୍କ ସହ ହୋଇଛି। ଖାସ୍ କଥା ହେଉଛି ଏହା ଏକ ପ୍ରେମ ବିବାହ। ଓସ୍ଲୋରେ ଅନୁଷ୍ଠିତ ହୋଇଥିବା ଏହି ବିବାହରେ ୧୩ଟି ଦେଶର ଅତିଥି ଯୋଗ ଦେଇଥିଲେ। ଚିସ୍ତିଙ୍କୁ ଲୋକେ ସ୍ନେହରେ ବୋବୋ ନାଁରେ ଡାକନ୍ତି। ସେ ଜଣେ ପୋଲିଓ ରୋଗୀ ଏବଂ ପିଲାଦିନୁ ଓସ୍ଲୋରେ ରୁହନ୍ତି। ବୋବୋ ନର୍ୱେରେ ଅଭିନେତା ସଲମାନ ଖାନଙ୍କ ବିଙ୍ଗ୍ ହ୍ୟୁମାନ୍ କ୍ୟାମ୍ପେନର ପ୍ରତିନିଧିତ୍ୱ ମଧ୍ୟ କରନ୍ତି। ୨୦୧୭ରେ ତାଙ୍କୁ ସର୍ବଶ୍ରେଷ୍ଠ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଫୈଜିୟା ପାକିସ୍ତାନର ପଞ୍ଜାବ ପ୍ରଦେଶର ବାସିନ୍ଦା। ପିଲାଦିନୁ ପୋଲିଓ ଆକ୍ରାନ୍ତ ବୋବୋଙ୍କର ଜୀବନ ହ୍ୱିଲ୍ ଚେୟାରରେ ହିଁ କଟିଥାଏ। କିନ୍ତୁ ନିଜ ଜୀବନକୁ ସେ ବହୁତ ହସଖୁସିରେ ବିତାଇ ଥାଆନ୍ତି। ତେବେ ବୋବୋଙ୍କୁ ପାଇ ଫୈଜିୟା ଖୁବ୍ ଖୁସି ଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
2-feet tall Burhan Chishti (known as Bobo) finds love with a Pakistan woman nearly 6-feet tall and gets married in Oslo at a lavish party. Bobo overcame adversity in pursuit of love & happiness and never gave up ? pic.twitter.com/s8O6s8mfJj
— Murtaza Ali Shah (@MurtazaViews) October 4, 2019
Comments are closed.