www.samajalive.in
Monday, December 15, 2025
24.1 C
Bhubaneswar

ରାଜଧାନୀରେ ଦୁଇଦିନିଆ ଓଡିଶା ବିକାଶ ସମାବେଶ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆଜି ଦୁଇଦିନିଆ ଓଡିଶା ବିକାଶ ସମାବେଶ ଉଦ୍ଘାଟନ ହୋଇଛି । ଏହି ସମାବେଶର ବିଭିନ୍ନ ଅଧିବେଶନ ଆୟୋଜିତ ହେବ । ଏଥିରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ ଓଡ଼ିଶାର ନକ୍ସା ସହିତ ବିଭିନ୍ନ ସୁପାରିଶ ଗ୍ରହଣ କରାଯିବ। ନୁଆ ଦୃଷ୍ଟିକୋଣର ବିକାଶ ପାଇଁ ଏହା ଉଦ୍ୟମ କରିବାକୁ ଲକ୍ଷ ରଖାଯାଇଛି ।

୨୦୩୬ ମସିହାରେ ଓଡିଶା ତାର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ଯାଉଛି  । ଏହି ଅବସରରେ ଓଡିଶାକୁ ଏକ ଅଗ୍ରଣୀ ଜଳବାୟୁ ସହନଶୀଳ ରାଜ୍ୟ  କରିବାକୁ ଲକ୍ଷ ନେଇ ଓଡିଶା ବିକାଶ କନକ୍ଲେଭ ଆୟୋଜନ ହେଉଛି । ଆଗାମୀ ଦଶନ୍ଧି ପରେ ଏହି ଅବସର ପାଳନ କରିବାକୁ ଯାଉଛି ଓଡ଼ିଶା । ଏଥି ପାଇଁ ନୁଆ ଦୃଷ୍ଟିଭଙ୍ଗୀ ସହିତ ସନ୍ତୁଳିତ ବିକାଶର ନକ୍ସା ନିରୂପଣ ପାଇଁ ୫୦୦ ପ୍ରତିନିଧି ଏକାଠି ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ, ରାଜ୍ୟ ସରକାର, ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସମେତ ୪୦ରୁ ଅଧ‌ିକ ସଦସ୍ୟ ଏହାକୁ ଆୟୋଜନ କରିଛନ୍ତି । ଆୟୋଜକ ଅନୁଷ୍ଠାନ ଲୋକ କୈନ୍ଦ୍ରିକ ବିକାଶ, ନ୍ୟାୟ ସଙ୍ଗତ ବଜାର ଓ ପ୍ରକୃତି ସହିତ ସମନ୍ବୟରକ୍ଷାକାରି ପଦକ୍ଷେପ ଗୁଡ଼ିକ ବାବଦରେ ଚିନ୍ତନ ମନ୍ଥନ କରିବାକୁ ଲକ୍ଷ ରଖିଥିବା କହିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସିୱାଇଏସଡ଼ି ସହ ପ୍ରତିଷ୍ଠାତା ଜଗଦାନନ୍ଦ ଓ ବିଶିଷ୍ଟ ସମାଜ ବିଜ୍ଞାନୀ ରାଜେଶ ଟଣ୍ଡନ ଗ୍ରାମାଞ୍ଚଳର ଉନ୍ନତି, ଜଳବାୟୁ ପରିବର୍ତ୍ତନ ସହନଶୀଳତା ଓ ଲୋକ ଭାଗିଦାରିତା ଉପରେ ଆଲୋକପାତ କରିଛନ୍ତି  ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories