ସ୍କୁଲରୁ ଫେରୁଥିଲେ, ଘରେ ପହଞ୍ଚିପାରିଲେନି: ଭିଡିଓ ଦେଖିଲେ ଦୁଃଖ ଲାଗିବ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର କଡପ୍ପା ସହରରେ ବୁଧବାର ଦ୍ବିପ୍ରହରେ ବିଜୁଳି ତାର ଛିଡିପଡିବାରୁ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ୧୦ ବର୍ଷୀୟ ବାଳକ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ତନବୀର ଓ ଆଦମ ସ୍କୁଲରୁ ଘରକୁ ଫେରୁଥିଲେ । ସେହି ସମୟରେ ଲଟକିଥିବା ଏକ ବିଜୁଳି ତାର ସଂସ୍ପର୍ଶରେ ଆସିବ ଫଳରେ ଉଭୟ ତଳେ ପଡିଯାଇଥିଲେ । ଏହା ଦେଖି ଆଖପାଖର ଲୋକେ ତାଙ୍କୁ ଉଦ୍ଧାର କରି ଚାଲିଆସିଥିଲେ । କିନ୍ତୁ ତନବୀରର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ଏବଂ ଆଦମର ଅବସ୍ଥା ଅତି ଗୁରୁତର ଥିଲା । ତାକୁ ତୁରନ୍ତ ହସ୍ପିଟାଲ ନିଆଗଲା । ବିଜୁଳି ବିଭାଗର ଅବହେଳା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ପୁଲିସ ଘଟଣାର ଯାଞ୍ଚ କରୁଛି ।

Comments are closed.