କୁଆଁପାଳ: କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ମୂଳବସନ୍ତ କଲେଜର ଛାତ୍ରୀ ଶୁଭସ୍ମିତା ସାହୁଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି। ସେମାନେ ହେଲେ ଯାଜପୁର ଜିଲା ପତରାଜପୁର ଗ୍ରାମର ସୁନାକର ନାୟକ ଏବଂ ଚନ୍ଦନ ନାୟକ। ଉଭୟଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଦୁର୍ବୃତ୍ତମାନେ କୁହୁଣ୍ଡ ପଂଚାୟତ ବିରୂପା ନଦୀ ବନ୍ଧ ରାସ୍ତାରେ ଶୁଭସ୍ମିତାଙ୍କୁ ମାରଣାସ୍ତ୍ରରେ ହାଣି ଲୁଟ ଉଦ୍ୟମ କରି ଫେରାର ହୋଇଯାଇଥିଲେ । ଶୁଭସ୍ମିତା ଦୁର୍ବୃତ୍ତଙ୍କ ସହ ଲଢେଇ କରି ନିଜକୁ ରକ୍ଷା କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ମାହାଙ୍ଗା ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।



