www.samajalive.in
Monday, December 15, 2025
26.1 C
Bhubaneswar

ଖୁବଶୀଘ୍ର ଭାରତର ନିଜସ୍ଵ ମହାକାଶ କେନ୍ଦ୍ର ହେବ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଭାରତ ଖୁବଶୀଘ୍ର ନିଜସ୍ଵ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏପରି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ, ସେ ଦିନ ଆଉ ଦୂର ନାହିଁ, ଯେତେବେଳେ ଭାରତ ନିଜସ୍ଵ ମହାକାଶ କେନ୍ଦ୍ର ପ୍ରତିଷ୍ଠା କରିବ। ଆପଣମାନେ ଜାଣି ଖୁସି ହେବେ ଯେ, ବିଗତ ୧୧ ବର୍ଷ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ମହାକାଶ ଅଭିଯାନ ସମ୍ପନ୍ନ ହୋଇଛି। ଆହୁରି ଅନେକ ଅଭିଯାନ ଚୂଡ଼ାନ୍ତ ରୂପ ନେବାକୁ ଅପେକ୍ଷା କରିଛି ବୋଲି ମୋଦୀ କହିଥିଲେ। ଏହା ସହିତ ସେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଭାରତର ସଦ୍ୟତମ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଚଳିତବର୍ଷ ସ୍ପେଶ ଡକିଂରେ ଭାରତ ସଫଳତା ହାସଲ କରିଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ। ଏହା ଆମର ଭବିଷ୍ୟତ ଅଭିଯାନଗୁଡ଼ିକ ପାଇଁ ବଡ଼ ସଫଳତା ବୋଲି ମଧ୍ୟ କହିଥିଲେ।

- Advertisement -

ମୋଦୀ କହିଥିଲେ ଯେ, ବର୍ତ୍ତମାନ ଭାରତ ଗଗନଯାନ ମାଧ୍ୟମରେ ନିଜ ମହାକାଶଚାରୀମାନଙ୍କୁ ମହାକାଶ ପଠାଇବାକୁ ପ୍ରସ୍ତୁତ ହେଉଛି। ଏ କ୍ଷେତ୍ରରେ ଆମେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କ ଅଭିଜ୍ଞତାରୁ ବହୁ ମାତ୍ରାରେ ଲାଭାନ୍ମିତ ହେବା। ସ୍ପେଶ ଷ୍ଟାର୍ଟଅପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି ଘରୋଇ ସ୍ପେଶ ସେକ୍ଟର କିପରି ଅଗ୍ରଗତି ହାସଲ କରୁଛି ତାହା ଦର୍ଶାଇଥିଲେ। ୨୦୧୪ରେ ଭାରତରେ ଗୋଟିଏ ସ୍ପେଶ ଷ୍ଟାର୍ଟଅପ ଥିବାବେଳେ ବର୍ତ୍ତମାନ ୩୦୦ରୁ ଅଧିକ ସ୍ପେଶ ଷ୍ଟାର୍ଟଅପ ଥିବା ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories