www.samajalive.in
Monday, December 15, 2025
14.1 C
Bhubaneswar

ଔଷଧ କିଣାକୁ ନେଇ ଗଣ୍ତଗୋଳରୁ ଫାଙ୍କା ଗୁଳିଚାଳନା, ୨ ଗିରଫ

ଆଠଗଡ: ଆଠଗଡ ଡାକ୍ତରଖାନା ନିକଟସ୍ଥ ଏକ ଦୋକାନରୁ ଔଷଧ କିଣାକୁ ନେଇ ଗଣ୍ତଗୋଳ ଘଟିବା ସହ ଫାଙ୍କା ଗୁଳିଚାଳନା ଘଟିଛି। ଉକ୍ତ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ମଙ୍ଗଳବାର ସନ୍ଧ୍ୟାରେ ଆଠଗଡ ସହରର କନ୍ତୋଲ ଅଞ୍ଚଳର ସର୍ବଜିତ ନାୟକ ତାଙ୍କ ପତ୍ନୀ ଓ ଝିଆରୀକୁ ନେଇ ଡାକ୍ତରଖାନା ଛକ ନିକଟ ଚିତ୍ରାନନ୍ଦ ମେଡିସିନ ଷ୍ଟୋରକୁ ଆସିଥିଲେ। ଡାକ୍ତରଙ୍କ ଚିଠାରେ ଉଲ୍ଲେଖ ଥିବା ସମସ୍ତ ଔଷଧ ଉପଲବ୍ଧ ଥିବା ବେଳେ ଗୋଟିଏ ଔଷଧ ନ ଥିଲା। ଉକ୍ତ ଔଷଧ ଆଣିବା ପାଇଁ ଅନ୍ୟ ଏକ ଦୋକାନକୁ ସର୍ବଜିତ ଯାଇଥିଲେ ମଧ୍ୟ ସେଠାରେ ମିଳି ନ ଥିଲା। ପୁନର୍ବାର ଚିତ୍ରାନନ୍ଦ ମେଡିସିନ ଷ୍ଟୋରକୁ ଆସି ଉକ୍ତ ଔଷଧ ବଦଳରେ ସେହି କମ୍ପୋଜିସନର ଅଲଗା ଔଷଧ ଦେବା ପାଇଁ କହିଥିଲେ। ମାତ୍ର କୌଣସି କାରଣରୁ ସର୍ବଜିତ ଓ ଦୋକାନ ମାଲିକ ରମେଶ ଦାଶଙ୍କ ମଧ୍ୟରେ ପାଟିତୁଣ୍ଡ ଓ ବଚସା ହୋଇଥିଲା। ପାଟିତୁଣ୍ଡ ପରେ ସର୍ବଜିତ ତାଙ୍କର ଗ୍ରାମର କିଛି ଯୁବକଙ୍କୁ ଡାକି ଦେଇଥିଲେ। କନ୍ତୋଲ ଅଞ୍ଚଳରୁ କିଛି ଯୁବକ ପହଞ୍ଚିବା ପରେ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ସମୟରେ ଦୋକାନ ମାଲିକଙ୍କ ସାନ ଭାଇ ରାକେଶ ଦାଶ ଘଟଣା ସ୍ଥଳରେ ପହଞ୍ଚି ଦୋକାନ ଉପର ମହଲାରେ ଥିବା ନିଜ ଘରୁ ଏକ ପିସ୍ତଲ ଆଣି ଫାଙ୍କା ଗୁଳି ଚାଳନା କରିଥିବା ନେଇ ସର୍ବଜିତ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ରାକେଶ ଦାଶ ମଧ୍ୟ ଅନୁରୂପ ଲିଖିତ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ସମୟରେ ତାଙ୍କର ଭାଇ ଔଷଧ ଦୋକାନରେ ଥିବା ବେଳେ ସର୍ବଜିତ କିଛି ଯୁବକଙ୍କୁ ଆଣି ଗଣ୍ଡଗୋଳ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଧମକ ଚମକ ଦେଇ ପିସ୍ତଲ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ରାକେଶ ଏତଲାରେ ଦର୍ଶାଇଛନ୍ତି। ସର୍ବଜିତ ଓ  ରାକେଶ ଅଭିଯୋଗ ଆଧାରରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିବା ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପୁଲିସ ରାକେଶ ଦାଶଙ୍କଠାରୁ ଗୋଟିଏ  ପିସ୍ତଲ ସହ ୪ ଟି ଅଫୁଟା ଗୁଳି ଜବତ କରିଛି । ରାକେଶଙ୍କ ବନ୍ଧୁକର ଲାଇସେନ୍ସ ଥିବାବେଳେ ପୁଲିସ ତଦନ୍ତ ପରେ ଲାଇସେନ୍ସର ବୈଧତା ସ୍ପଷ୍ଟ ହେବ ବୋଲି ଆଇଆଇସି ଅନିରୁଦ୍ଧ ମୁଦୁଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories