ଗ୍ରାମ୍ୟ ଜଳ ପରିମଳ ସମିତି କର୍ମକର୍ତ୍ତାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର
ପାଟଣା : ପାଟଣା ବ୍ଲକ ସଭାଗୃହରେ ଆଜି ୪ଟି ପଞ୍ଚାୟତର ଜଳ ପରିମଳ ସମିତି କର୍ମକର୍ତ୍ତାଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସସ୍ମିତା ନାୟକ ଗୋଷ୍ଠୀ ସମ୍ବଳ ସଂଯୋଜକ ମହମ୍ମଦ ଜମାଲୁଦ୍ଦିନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡିଏସସି ଅସିତ କୁମାର ପାତ୍ର, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ସମ୍ବଳ ବ୍ୟକ୍ତି ଶିବନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଡୁମୁରିଆ, ପଲାଣଘାଟି,ବଡପାଟଣା ଓ ଟାଙ୍ଗରପଡା ପଞ୍ଚାୟତର ୬ଟି ଗ୍ରାମରୁ ଆସିଥିବା ଜଳ ପରିମଳ ସମିତି କର୍ମକର୍ତ୍ତାଙ୍କୁ ପରିମଳ ବ୍ୟବସ୍ଥାରେ ଉନ୍ନତି ଓ ସମିତିରେ ଆର୍ଥିକ ପରିଚାଳନା ସମ୍ବନ୍ଧରେ ତାଲିମ ଦେଇଥିଲେ। ଏଥିରେ ୪ ପଞ୍ଚାୟତର ସରପଞ୍ଚ, ପିଇଓ,ଏମବିକେ ଓ ସିଆରପିମାନେ ଯୋଗ ଦେଇଥିଲେ।
Comments are closed.