ଟ୍ରେନରେ ଯମଜ ସନ୍ତାନ ପ୍ରସବ:ଛିଡ଼ା ରହିଲା ଟ୍ରେନ

0

ମୁମ୍ବଇ: ରବିବାର ସକାଳେ ଜନୈକା ମହିଳା ଟ୍ରେନରେ ଜମଜ ସନ୍ତାନ ପ୍ରସବ କରିଛନ୍ତି। ସକାଳ ପ୍ରାୟ ୮ଟା ବେଳେ ବିଶାଖାପଟନମ ଏକ୍ସପ୍ରେସ କଲ୍ୟାଣ ଷ୍ଟେସନରେ ପହଞ୍ଚି ଥିଲା। ଏହି ସମୟରେ ଟ୍ରେନରେ ଯାତ୍ରା କରୁଥିବା ତବସୁମ୍‍ ଶେଖ(୩୦) ପ୍ରସବ ଯନ୍ତ୍ରଣା ହେତୁ ଷ୍ଟେସନ ପରିସରରେ ଥିବା ରେଳବାଇ ପୁଲିସକୁ ଖବର ଦିଆଯାଇ ଥିଲା। ତେବେ ରେଳବାଇ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନେବା ପୂର୍ବରୁ ମହିଳା ଜଣକ ୨ଟି ଯମଜ ସନ୍ତାନ ପ୍ରସବ କରିଥିଲେ। ଏହି ଘଟଣା ଫଳରେ ଟ୍ରେନକୁ ଦୀର୍ଘ ଅଧ ଘଣ୍ଟା ଛିଡ଼ା ହେବାକୁ ପଡ଼ିଥିଲା। ପରେ ମହିଳା ଓ ଦୁଇ ଯମଜ ସନ୍ତାନକୁ ନିକଟସ୍ଥ ରୁକ୍ମଣୀବାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ମହିଳାଙ୍କ ପରିବାରବର୍ଗ ଘାଟକୋପର ଗୌସିଆ ମସଜିତ ନିକଟସ୍ଥ କଲୋନୀରେ ବାସବାସ କରୁଥିବାବେଳେ ମା’ ଓ ଦୁଇ ସନ୍ତାନ ସୁସ୍ଥ ଅଛନ୍ତି ବୋଲି ଚିକିତ୍ସାରତ ଡାକ୍ତର ସୂଚନା ଦେଇଛନ୍ତି।

Leave A Reply