www.samajalive.in
Monday, December 15, 2025
15.1 C
Bhubaneswar

ନବଜାତ ଯମଜ ସନ୍ତାନଙ୍କ ନାମ କରୋନା ଓ କୋଭିଡ଼

ନୂଆଦିଲ୍ଲା: କୋରୋନାକୁ ନେଇ ସାରା ବିଶ୍ବରେ ଆତଙ୍କ। ଭାରତ ସମେତ ସାରା ବିଶ୍ବରେ କରୋନା ମେଲାଇଛି କାୟା । କରୋନା ନା ଶୁଣିଲେ ଲୋକେ ଆତଙ୍କିତ ହୋଇପଡୁଛନ୍ତି। ହେଲେ ରାୟପୁରର ଏକ ଡାକ୍ତରଖାନାରେ ଜନ୍ମିତ ନିଜର ଦୁଇ ଯମଜ ସନ୍ତାନଙ୍କ ନାମ ରଖିଛନ୍ତି କରୋନା ଓ କୋଭିଡ଼ । ଏ ନେଇ ଯମଜ ଶିଶୁଙ୍କ  ବାପ- ମାଆଙ୍କ ଯୁକ୍ତିବି ଅଦ୍ଭୁତ। କଷ୍ଟକର ସମୟରେ ଦୁଇ ଶିଶୁଙ୍କ ସ୍ବାଭାବିକ ପ୍ରସବ ସେମାନଙ୍କୁ ଖୁସି ଦେଇଛି। ଆଉ ସେହି ଅସୁବିଧା ସମୟର ଖୁସିକୁ ମନେରଖିବାକୁ ହିଁ ସେମାନେ ଏପରି ନାମକରଣ କରିଥିବା କହିଛନ୍ତି । ଦୁଇ ଶିଶୁଙ୍କୁ ଜନ୍ମ ଦେଇଥିବା ପ୍ରୀତି ବର୍ମା କହିଛନ୍ତି ଯେ, ଦୁଇ ଶିଶୁଙ୍କୁ ଜନ୍ମଦେବା ପୂର୍ବରୁ ସେ ଏବଂ ତାଙ୍କ ସ୍ବାମୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।  ବହୁ କଷ୍ଟ ସ୍ବୀକାର  କରିବାକୁ ପଡିଥିଲା ସେମାନଙ୍କୁ । ତେଣୁ ସେମାନେ ସେହି କଷ୍ଟ ଓ ତାପର ଆନନ୍ଦକୁ ମନେ ରଖିବାକୁ କରୋନା ଏବଂ କୋଭିଡ୍ ଶବ୍ଦକୁ ନେଇ ଦୁଇ ଶିଶୁଙ୍କ ନାମକରଣ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories