www.samajalive.in
Sunday, December 14, 2025
26.1 C
Bhubaneswar

୫ହଜାର ଏମ୍ଏଚ୍ ବ୍ୟାଟେରୀ ସହ ମୋଟୋ ଜି-୮ ପାୱାର୍ ଲାଇଟର ବଜାର ପ୍ରବେଶ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା ମୋଟୋରୋଲା ତାର ଜି ସିରିଜ୍ ସ୍ମାର୍ଟଫୋନ୍ ମୋଟୋ ଜି-୮ ପାୱାର୍ ଲାଇଟ୍ ଲଞ୍ଚ କରିଛି। ଉପଭୋକ୍ତାମାନେ ଏହି ଫୋନରେ ୱାଟର ଡ୍ରପ୍ ନଚ୍, ଜବରଦସ୍ତ କ୍ୟାମେରା ଏବଂ ପ୍ରୋସେସରର ସପୋର୍ଟ ପାଇପାରିବେ। ଏହାପୂର୍ବରୁ କମ୍ପାନୀ ବର୍ଷ ଆରମ୍ଭରେ ଜି-୮ ପାୱାର ଲଞ୍ଚ କରିଥିଲା।

ତେବେ ଆସନ୍ତୁ ଜାଣିବା ମୋଟୋ ଜି-୮ ପାୱାର୍ ଲାଇଟର ମୂଲ୍ୟ ଏବଂ ସ୍ପେସିଫିକେସନ୍…….
ମୋଟୋ ଜି-୮ ପାୱାର୍ ଲାଇଟର ମୂଲ୍ୟ
ମୋଟୋ ଜି-୮ ପାୱାର ଲାଇଟର ମୂଲ୍ୟ ୧୬୯ ୟୁରୋ(ପ୍ରାୟ ୧୩,000 ଟଙ୍କା)। ତେବେ କମ୍ପାନୀ ଏପର୍ଯ୍ୟନ୍ତ ଏହି ଫୋନର ବିକ୍ରି ବାବଦରେ କୌଣସି ସୂଚନା ଦେଇନାହିଁ।
ମୋଟୋ ଜି-୮ ପାୱାର୍ ଲାଇଟର ସ୍ପେସିଫିକେସନ୍
କମ୍ପାନୀର ବିଶେଷତ୍ବ ବିଷୟରେ କହିବାକୁ ଗଲେ କମ୍ପାନୀ ଏହି ଫୋନରେ ୬.୫ଇଞ୍ଚର ଏଚଡ଼ି ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ ୭୭୯/୧୬୦୦ ପିକ୍ସେଲ ରହିଛି। ଏଥିସହ, ଉପଭୋକ୍ତାମାନେ ଏହି ଫୋନରେ ମିଡିଆଟେକ ହେଲିଓ ପି-୩୫ ଏବଂ ୪ଜିବି ରାମ + ୬୪ଜିବି ଷ୍ଟୋରେଜର ସମର୍ଥନ ରହିଛି।
ମୋଟୋ ଜି-୮ ପାୱାର୍ ଲାଇଟ୍ କ୍ୟାମେରା
ମୋଟୋରୋଲା ଏହି ଫୋନରେ ଏକ ଟ୍ରିପଲ୍ ରିଅର କ୍ୟାମେରା ସେଟଅପ୍ ଦେଇଛି। ଯେଉଁଥିରେ ୧୬ ମେଗାପିକ୍ସେଲ ପ୍ରାଥମିକ ସେନସର, ୨ ମେଗାପିକ୍ସେଲର ଗଭୀରତା ସେନସର ଏବଂ ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ରହିଛି। ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ଫୋନ୍ ୮ ମେଗାପିକ୍ସେଲର ସେଲଫି କ୍ୟାମେରା ପାଇପାରିବେ।
ମୋଟୋ ଜି-୮ ପାୱାର୍ ଲାଇଟ୍ ବ୍ୟାଟେରୀ
ସଂଯୋଗୀକରଣ ଦୃଷ୍ଟିରୁ କମ୍ପାନୀ ଏହି ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍, ଜିପିଏସ୍ ଏବଂ ୟୁଏସବି ଟାଇପ୍-ସି ପୋର୍ଟ ଦେଇଛି। ଅନ୍ୟ ପଟେ, ଏହି ଫୋନରେ ୫ହଜାର ଏମଏଚ୍ ବ୍ୟାଟେରୀ ରହିଛି। ଯାହା ୧୦ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories