www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଅଡ଼ୁଆରେ ବୈଜୟନ୍ତ

ନୂଆଦିଲ୍ଲୀ : ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଅଡ଼ୁଆରେ ପଡ଼ିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟରରେ ବୈଜୟନ୍ତଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ବିଜେଡି ତରଫରୁ କଡ଼ା ସମାଲୋଚନା କରାଯାଇଛି। ଓଡ଼ିଶା ଓ ମହାରାଷ୍ଟ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ଉଠାଇ ନେବା ଘଟଣା ଲଜ୍ଜାଜନକ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା। ପାକିସ୍ତାନ ଭଳି ଏଠାରେ ପୁଲିସ ଆଇନଗତ ପ୍ରକ୍ରିୟା ଓ ବିଧିବ୍ୟବସ୍ଥାକୁ ନମାନି ସିଧାସଳଖ ଗଣମାଧ୍ୟମ ପ୍ରତିନିଧିଙ୍କୁ ଟେକି ନେଇଯାଉଛି। ଏହା ହିଁ ପ୍ରକୃତ ଫାସିବାଦ ବୋଲି ଦର୍ଶାଇ ଓଟିଭି ପ୍ରତିନିଧି ରମେଶ ରଥଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିଲେ।
ବୈଜୟନ୍ତଙ୍କ ବିବାଦୀୟ ଟ୍ୱିଟ ପରେ ବିରୋଧୀ ବିଜେଡିକୁ ଏକ ରାଜନୈତିକ ଅସ୍ତ୍ର ମିଳି ଯାଇଥିଲା। ଦଳୀୟ ସାଂସଦ ବିଧାୟକ ଓ ନେତା ସିଧାସଳଖ ଭାବେ ବୈଜୟନ୍ତଙ୍କୁ ଟାର୍ଗେଟ କରିଥିଲେ। ଟ୍ୱିଟର ଯୁଦ୍ଧରେ ପ୍ରଥମେ କୁଦି ପଡ଼ି ଲଗାତାର ଭାବେ ତିନୋଟି ଟ୍ୱିଟ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବୈଜୟନ୍ତଙ୍କ ଟ୍ୱିଟକୁ ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଆ ଭାବାବେଶ ସହ ଯୋଡ଼ିଥିଲେ କେନ୍ଦ୍ରାପଡ଼ା ସାଂସଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବାକୁ ବୈଜୟନ୍ତଙ୍କ ସାହସ କେମିତି ହେଲା, ଏ ବିଷୟରେ ସମଗ୍ର ଦେଶ ଜାଣିବାକୁ ଚାହିୁଁଛି ବୋଲି ରିଟ୍ୱିଟ କରିଥିଲେ। ମନେପକାଇ ଦେଇ କହିଥିଲେ ଯେ ୨୦୧୯ ନିର୍ବାଚନରେ ପରାଜିତ ହେବା ପୂର୍ବରୁ ସେ ଏହି ଏହି ପବିତ୍ର ମାଟିରୁ ପ୍ରତିନିଧିତ୍ୱ କରୁଥିଲ। ଯଦି କେନ୍ଦ୍ରାପଡ଼ା ମାଟି ପାକିସ୍ତାନର ଅଂଶ ଭଳି ଲାଗୁଛି ତେବେ ତୁମେ ସବୁଦିନ ଲାଗି ଓଡ଼ିଶା ଛାଡି ଚାଲିଯାଅ। ମାତୃଭୂମିକୁ ଧୋକା ଦେବା ଓ ଅପାମାନିତ କରିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବୋଲି କେନ୍ଦ୍ରାପଡ଼ା ସାଂସଦ ଦର୍ଶାଇଥିଲେ।
ସାଂସଦ ଡକ୍ଟର ଅମର ପଟ୍ଟନାୟକ ନିଜ ଟ୍ୱିଟରେ ଦର୍ଶାଇଥିଲେ ଯେ ଜନତାଙ୍କୁ ବୋକା ଭାବ ନାହିଁ, ଆଇନ ସମସ୍ତେ ଜାଣିଛନ୍ତି। ମତବ୍ୟକ୍ତ କରିବା ଅଧିକାର ନାମରେ ଅନ୍ୟ କାହାର ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଅଥବା ମିଥ୍ୟା ସମ୍ବାଦ ପରିବେଷଣ କରିବା, ଏପରିକି ଜଣେ ଆଦିବାସୀ ମହିଳା ସାଂସଦଙ୍କ ନାମରେ ମିଥ୍ୟା ସେକ୍ସ ଭିଡିଓ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଜଣେ ଆଦିବାସୀ ମହିଳାଙ୍କ ସହ ଏଭଳି ବ୍ୟବହାର ଗ୍ରହଣୀୟ କି? ସାଧାରଣ ଭଦ୍ରାମି, ଶାଳୀନତା ଏବଂ ମାନବାଧିକାର ଭାବନାକୁ ତ୍ୟାଗକରି ସାମ୍ବାଦିକତା ତଳସ୍ତରକୁ ଖସି ଗଲାଣି କି ବୋଲି ସାଂସଦ ଡକ୍ଟର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ପାକିସ୍ତାନରେ ଯଦି ଏଭଳି ଘଟଣା ଘଟିଥାନ୍ତା ପରିଣାମ କ’ଣ ହୋଇଥାନ୍ତା ସମସ୍ତେ ଜାଣିଛନ୍ତି। ସାଂସଦ ଡକ୍ଟର ସସ୍ମିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ନିଜ ମତ ରଖି କହିଛନ୍ତି ଯେ କନିଷ୍ଠ ମହିଳା ସାଂସଦଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଉଦ୍ୟମ କରିଥିବା ସଂପୃକ୍ତ ପ୍ରତିନିଧିଙ୍କୁ ଓଟିଭି ଓ ଏହାର ପ୍ରମୋଟର ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡା ମତବ୍ୟକ୍ତ କରିବା ଅଧିକାର ନାମରେ ସୁରକ୍ଷା ପ୍ରଦାନ କରୁଛନ୍ତି। ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରି ବୈଜୟନ୍ତ ଓଡ଼ିଆ ସଂସ୍କୃତି ଓ ରାଜ୍ୟବାସୀଙ୍କୁ ଅପମାନିତ କରିବା ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେଡିର ସାଧାରଣ ସଂପାଦକ (ସଂଗଠନ) ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ କରିଥିବା ଜଣାପଡ଼ିଛି।
ବିବାଦ ଘନେଇବା ପରେ ବୈଜୟନ୍ତ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ମୁଁ ଯାହା କହିଥିଲି ତା’ର ଅର୍ଥକୁ ବିଜେଡି ଆତୁର ହୋଇ ବିକୃତ କରିବାକୁ ଚେଷ୍ଟା କରୁଛି। ଓଡ଼ିଶା ପାକିସ୍ତାନ ଭଳି ବୋଲି କହିନଥିଲି। ମୁଁ କହିଥିଲି ଯେ ଓଡ଼ିଶା ଏବଂ ମହାରାଷ୍ଟ୍ର ପୁଲିସ ଆଇନଗତ ପ୍ରକ୍ରିୟାକୁ ଅବମାନନା କରି ପାକିସ୍ତାନ ପୁଲିସ ଭଳି ବ୍ୟବହାର କରୁଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories