www.samajalive.in
Saturday, December 6, 2025
16.1 C
Bhubaneswar

ପୁନର୍ବାର କଂଗ୍ରେସ ଜିଲା ସଭାପତି ହେଲେ ଅଶ୍ୱିନୀ

ସମ୍ବଲପୁର: ରାଜ୍ୟରେ କଂଗ୍ରେସ ସଙ୍ଗଠନକୁ ତ୍ରୁଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଦଳର ବିଭିନ୍ନ ସାଙ୍ଗଠନିକ ପଦଗୁଡିକରେ ବିଭିନ୍ନ ପଦାଧିକାରୀ ମାନଙ୍କୁ ନିଯୁକ୍ତ କରାଯାଉଛି। ଏହି କ୍ରମରେ ବିଗତ ଦିନରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର ରାଜ୍ୟ ଗସ୍ତରେ ଆସି ଦଳକୁ ସୁଦୃଢ଼ କରିବା ପାଇଁ କର୍ମୀମାନଙ୍କ ସହିତ ଆଲୋଚନା କରି ଯାଇଛନ୍ତି। ଏହା ପରେ ଦଳର ସାଙ୍ଗଠନିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନର କଳ୍ପନାଯଳ୍ପନା ଚାଲି ଥିଲା। ସବୁଠାରୁ ବେଶି ଜିଲା ସଭାପତି ମାନଙ୍କର ପଦକୁ ନେଇ ଜାରି ରହିଥିବା ଅନିଶ୍ଚିତତାକୁ ରବିବାର ଦଳ ପକ୍ଷରୁ ଶେଷ କରାଯାଇଛି। ରବିବାର ଜାତୀୟ କଂଗ୍ରେସ କମିଟୀର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲଙ୍କ ଦ୍ୱାରା ଜାରି ଚିଠି ଅନୁଯାୟୀ ସମ୍ବଲପୁର ଜିଲା କଂଗ୍ରେସ କମିଟୀ ସଭାପତି ପାଇଁ ପୁର୍ନବାର ଅଶ୍ୱିନୀ ଗୁରୁଙ୍କ ଉପରେ ଆସ୍ଥା ପ୍ରକଟ କରି ସଭାପତି ଭାବରେ ନିଯୁକ୍ତ କରିଛି। ଜୁନ ୨୦୧୮ ରେ ପୂର୍ବତନ ବିଧାୟକ ତଥା ୫ ଦଶନ୍ଧି ଧରି କାର୍ଯ୍ୟ କରିଆସୁଥିବା ବରିଷ୍ଠ କର୍ମୀ ଅଶ୍ୱିନୀ ଗୁରୁଙ୍କୁ ଜିଲା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୮ ମସିହାରେ ସଭାପତିର ଗୁରୁଦାୟିତ୍ୱ ବହନ ପରେ ଜିଲା ସଭାପତି ଅଶ୍ୱିନୀ ଗୁରୁ ସକ୍ରିୟ ଭାବରେ ନିୟମିତ ଜନତାଙ୍କ ସହିତ ଜଡିତ କାର୍ଯ୍ୟକ୍ରମ ଓ ସମସ୍ୟା ଉଠାଇ ଆସି ଦଳକୁ ଚଳଚଞ୍ଚଳ କରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ନଭେମ୍ବର ମାସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଛାତ୍ରାବସ୍ଥାରୁ ସମାଜସେବାରେ ବ୍ରତି ଅଶ୍ୱିନୀ ଛାତ୍ର କଂଗ୍ରେସର ସଭାପତି ହେବା ସହିତ ଯୁବ କଂଗ୍ରେସ ଓ ଦଳର ବିଭିନ୍ନ ପଦବୀରେ ରହି ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଏହା ସହିତ ବିଭିନ୍ନ ଶ୍ରମିକ ସଂଘରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ୧୯୮୦ ମସିହାରେ ମାତ୍ର ୨୬ ବର୍ଷ ବୟସରେ ରାଜ୍ୟର ଅନ୍ୟତମ କନିଷ୍ଠ ବିଧାୟକ ଭାବରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ସେ ସମୟରେ ଅଶ୍ୱିନୀ ୬୫ ପ୍ରତିଶତ ଭୋଟ ଅନ୍ତରରେ ନିକଟମ ପ୍ରତିଦ୍ୱନ୍ଦୀଙ୍କୁ ହରାଇଥିଲେ, ଯେଉଁ ରେକର୍ଡ ଏ ପର୍ଯ୍ୟନ୍ତ ରେର୍କଡ ହୋଇ ରହିଛି। ପୁର୍ନବାର ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଜାତୀୟ ସଭାପତି ସୋନିଆ ଗାନ୍ଧୀ, ଓଡିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର, ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲ, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ଦଳୀୟ ନେତା, କର୍ମୀ ଓ ଶୁଭେଚ୍ଛୁମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories